କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ । ପାରମ୍ପରିକ ବେଡା ପରିକ୍ରମା ପରେ ମହାଦୀପ ଉଠିଛି । ପ୍ରଭୁ ଲିଙ୍ଗରାଜ ମନ୍ଦିରର ମହାଦୀପ ଦର୍ଶନ କଲେ ଶ୍ରଦ୍ଧାଳୁ । ହର ହର ମହାଦେବ ଧ୍ୱନିରେ କମ୍ପିଲା ଲିଙ୍ଗରାଜ ମନ୍ଦିର ପରିସର ।
ଆଜି କୋଭିଡ କଟକଣା ମଧ୍ୟରେ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଳନ ହୋଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିଲା । ଏହି ସମୟ କମିଶନରେଟ ପୋଲିସ ପାଇଁ ବେଶ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/PHOTO-DV-01010411.png)