କନକ ବ୍ୟୁରୋ : କପିଳାସଙ୍କ ପୀଠରେ ଭୋର ୪ଟା ୩୦ରେ ଉଠିଥିଲା ମହାଦୀପ । ଶିବରାତ୍ରୀ ପାଇଁ ଢ଼େଙ୍କାନାଳ ଜିଲ୍ଲା କପିଳାସ ପୀଠ ଚଳଚଂଚଳ ହୋଇପଡ଼ିଥିଲା । କୋଭିଡ କଟକଣା ସହ ଭକ୍ତ ବାବାଙ୍କ ଦର୍ଶନ କରିଥିଲେ । ରାତି ଉଜାଗର ହୋଇ ବାବାଙ୍କ ନିକଟରେ ଭକ୍ତ ଦୀପ ଜାଳିଥିଲେ । ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ ନିଜର ବ୍ରତ ଭଙ୍ଗ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର କୋଭିଡ କଟକଣା କରାଯାଇଥିଲା । କେବଳ ଢେଙ୍କାନାଳ ଜିଲ୍ଲାବାସୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଭୋଟର ଆଇଡି କାର୍ଡ କିମ୍ବା ଆଧାର ପରିଚୟ ପତ୍ର ଦେଖାଇ ସେମାନେ ମନ୍ଦରକୁ ଦର୍ଶନ ପାଇଁ ଯାଇଥିଲେ ।

Advertisment

ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଉଠିଛି ମହାଦୀପ । ନିର୍ଦ୍ଧାରିତ ସମୟର ପ୍ରାୟ ୨୧ ମିନିଟ୍ ବିଳମ୍ବରେ ମହାଦୀପ ଉଠିଛି । ଦୀପ ଉଠିବା ସମୟରେ ସମବେତ ଭକ୍ତ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା । ମହାଦୀପ ଉଠିବା ପରେ ଦିନସାରା ଉପବାସ କରିଥିବା ଶ୍ରଦ୍ଧାଳୁ ମହାଶିବରାତ୍ରୀ ବ୍ରତ ଭଂଗ କରିଛନ୍ତି । ମହାଶିବରାତ୍ରୀ ଯୋଗୁଁ ଦିନ ତମାମ ଭକ୍ତିମୟ ହୋଇଉଠିଥିଲା ଶୈବ ପୀଠ । ଶିବ ପଂଚାକ୍ଷରୀରେ ପ୍ରକମ୍ପିତ ହେଉଥିବା ସମ୍ପୂର୍ଣ୍ଣ ପରିବେଶ । ଗାଁ ଠୁ ସହର ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଥିଲା ।