ଆଜି ଓଡିଆ ନବବର୍ଷ ଶ୍ରୀଜୀଉଙ୍କ ପାଖରେ ଲାଗି ହେଲା ନୂଆ ପାଂଜି

165

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି । ଓଡିଆ ନବବର୍ଷରେ ଶ୍ରୀଜୀଉଙ୍କଠାରେ ଲାଗି ହୋଇଛି ନୂଆ ପାଂଜି । ବଡ଼ଠାକୁରଙ୍କ ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଉକ୍ରଳୀୟ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତି ଦିନ ଭଗବାନଙ୍କୁ ପଣା ଓ ଛତୁଆ ଭୋଗ କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି । ତେଣୁ ଆଜି ସକାଳୁ ସବୁ ହନୁମାନ ମନ୍ଦିର ଓ ଅନ୍ୟ ଦେବାଦେବୀ ମନ୍ଦିରରେ ଭକ୍ତମାନେ ଧୂପ ଦୀପ ଓ ପଣା ନୈବେଦ୍ୟ ଅର୍ପଣ ପାଇଁ ଭିଡ ଆରମ୍ଭ କରିଛନ୍ତି । ସେପଟେ ପୁରୀ ଶ୍ରୀମନ୍ଦିର ଓ ଯାଗା ଆଖଡ଼ା ଗୃହରେ ମଧ୍ୟ ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ବେଶ ଧୁମଧାମରେ ପାଳନ ହେଉଛି ।