ଗଞ୍ଜାମ ପୋଲସରା ରୁମାଗଡରେ ତାସଖେଳରୁ ମହାଭାରତ : ଦୁଇ ପରିବାରର ମଧ୍ୟରେ ହଣାକଟାରେ ୩ ଗୁରୁତର; ଗାଁ ପାଲଟିଲା ପୁଲିସ ଛାଉଣୀ

Advertisment
ଗଞ୍ଜାମ ପୋଲସରା ରୁମାଗଡରେ ତାସଖେଳରୁ ମହାଭାରତ : ଦୁଇ ପରିବାରର ମଧ୍ୟରେ ହଣାକଟାରେ ୩ ଗୁରୁତର; ଗାଁ ପାଲଟିଲା ପୁଲିସ ଛାଉଣୀ

କନକ ବ୍ୟୁରୋ : ତାସ ଖେଳରୁ ମହାଭାରତ । ଦୁଇ ପରିବାରର ୮ ଆହତ, ୩ ଗୁରୁତର । ପୋଲସରା ଥାନା ଅନ୍ତର୍ଗତ ରୁମାଗଡ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ମାନଙ୍କୁ ରକ୍ତାତ ଅବସ୍ଥାରେ ପୋଲସରା ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଭିର୍ତି କରାଯାଇଛି । ସୂଚନା ଅନୁସାରେ ସାମାନ୍ୟ ତାସଖେଳବେଳ ଏହି ଗାଁର ନିବାସୀ ପାଳ ଓ ମାଧବ ମଲ୍ଲିକଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ତାପରେ ଖଣ୍ଡା ଓ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ପରିବାରର ଲୋକେ । ଖଣ୍ଡା ଆକ୍ରମଣରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇଛି । ଗାଁରେ ଉତେଜନା ଲାଗି ରହିଛି । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ କେତେ ଜଣଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe