କନକ ବ୍ୟୁରୋ : ତାସ ଖେଳରୁ ମହାଭାରତ । ଦୁଇ ପରିବାରର ୮ ଆହତ, ୩ ଗୁରୁତର । ପୋଲସରା ଥାନା ଅନ୍ତର୍ଗତ ରୁମାଗଡ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ମାନଙ୍କୁ ରକ୍ତାତ ଅବସ୍ଥାରେ ପୋଲସରା ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଭିର୍ତି କରାଯାଇଛି । ସୂଚନା ଅନୁସାରେ ସାମାନ୍ୟ ତାସଖେଳବେଳ ଏହି ଗାଁର ନିବାସୀ ପାଳ ଓ ମାଧବ ମଲ୍ଲିକଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ତାପରେ ଖଣ୍ଡା ଓ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ପରିବାରର ଲୋକେ । ଖଣ୍ଡା ଆକ୍ରମଣରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇଛି । ଗାଁରେ ଉତେଜନା ଲାଗି ରହିଛି । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ କେତେ ଜଣଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/15-13.jpg)