କନକ ବୁରୋ : ଗୁଡିପାଲି ଖେଳରୁ ସଂପର୍କୀୟ ଭାଇକୁ ହତ୍ୟା କଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଡାଆମ୍ବ ପଂଚାୟତର ମୁକ୍ତାମାଳା ଚମ୍ପେତପୁର ଗାଁରେ । ନିଜ ସଂପର୍କୀୟ ଦାଦା ପୁଅ ଭାଇକୁ ଏକ ଛୁରୀରେ ହତ୍ୟା କରିଛି ବଡବାପାଙ୍କ ଭାଇ । ମୃତକ ହେଲେ ମୁକ୍ତାମାଳା ଚମ୍ପେତପୁର ଗାଁର ବାବୁଲା ଗୌଡ । ଗୁଡିପାଲି ଖେଳକୁ ନେଇ ବାବୁଲା ଓ ସଂପର୍କୀୟ ଭାଇ ଭନୃସିଂହ ଗୌଡଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବଚସାରେ ରାଗିଯାଇ ନୃସିଂହ ଏକ ଛୁରୀରେ ବାବୁଲାର ପେଟକୁ ୩ଥର ଭୁସି ଫେରାର ହୋଇଯାଇଥିଲା ।
ଗୁରୁତର ଅବସ୍ଥାରେ ବାବୁଲାକୁ ପୋଲସରା ମେଡିକାଲ ନିଆଯାଇଥିବା ବେଳେ ସେଠାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପରେ ପୋଲସରା ପୁଲିସ ଓ କବିସୂର୍ଯ୍ୟନଗର ପୁଲିସ ତଦନ୍ତ କରୁଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/6-5.jpg)