ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ମହାଦୀପ ଉଠିବା ନେଇ ଏଡିଏମଙ୍କ ବୈଠକ, ଭଜନ ସମାରୋହର ମୁଖ୍ୟ ଆକର୍ଷଣ ଅନୁରାଧା ପଡୱାଲା

ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ମହାଦୀପ ଉଠିବା ନେଇ ଏଡିଏମଙ୍କ ବୈଠକ, ଭଜନ ସମାରୋହର ମୁଖ୍ୟ ଆକର୍ଷଣ ଅନୁରାଧା ପଡୱାଲା

କନକ ବ୍ୟୁରୋ : ଆସନ୍ତାକାଲି ମହା ଶିବରାତ୍ରି । ଏନେଇ ଖୋର୍ଦ୍ଧା ଏଡିଏମ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ସେବାୟତ ମାନଙ୍କ ସହ ଦିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେମିତି ନିର୍ଦ୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ମହାଦୀପ ଉଠିବ ସେନେଇ ଆଲୋଚନା ହୋଇଛି । ମହାଦୀପ ଉଠିବାରେ କୌଣସି ବିଳମ୍ବ ନହେବ ସେଥିପାଇଁ ସେବାୟତ ମାନଙ୍କ ସହିତ ଆଲୋଚନା ହୋଇଛି । ଏହା ବ୍ୟତୀତ ସେବାୟତ ମାନଙ୍କର ଯେଉଁସବୁ ଛୋଟ ଛୋଟ ସମସ୍ୟା ରହିଛି ଏହା ଉପରେ ମଧ୍ୟ ଆଲୋଚନା ହୋଇଛି । ଏବଂ ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଖୋର୍ଦ୍ଧା ଏଡିଏମ୍ । ରାତି ୧୦ ଟା ସମୟରେ ମହାପ୍ରଭୁଙ୍କ ମହାଦୀପ ଉଠିବାର ନିତୀ ନିର୍ଧାରଣ ହୋଇଛି । ଏବଂ ରାତି ୩ଟା ରୁ ୩ ମିନିଟ ସମୟରେ ମଙ୍ଗଳ ଆଳତି ଅବକାଶ ଶେଷ ହେବ ବୋଲି ନିର୍ଧାରଣ ହୋଇଛି । ଏହି ସବୁ କାର୍ଯ୍ୟକ୍ରମ ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ଶେଷ ହେବା ସେଥିପ୍ରତି ସେବାୟତ ମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe