କନକ ବ୍ୟୁରୋ : ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ସମସ୍ତ ଶୈବପୀଠ ଚଳଚଂଚଳ । ହିନ୍ଦୁ ଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରନ୍ତି । ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ବିଭିନ୍ନ ନିୟମ ଭିତରେ ମହାଶିବରାତ୍ରୀ ପାଳନ ହେଉଛି । ଚଳିତଥର କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ବିଭିନ୍ନ ନିୟମ ଲାଗୁ କରିଛି ପ୍ରଶାସନ ।

Advertisment

ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ସାମାଜିକ ଦୂରତା ଅବଲମ୍ବନ କରି ମନ୍ଦିର ବେଢାରେ ଶ୍ରଦ୍ଧାଳୁ ଦୀପ ଦାନ କରିପାରିବେ । ମହାଶିବରାତ୍ରୀ ଅବସରରେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ନିଷେଧ ଥିବାବେଳେ ଆଡ କାଠ ଯାଏ ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁ ମାନେ ଜାଗରରେ ମହାଦୀପ ଉଠିବା ଯାଏ ଉପବାସ କରନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବେ ଆବିର୍ଭୃତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ଶିବରାତ୍ରୀ ଭାବେ ପାଳନ କରାଯାଏ ।

ତେବେ ରାଜଧାନୀରେ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ବ୍ୟବସ୍ଥା କରାଯାଇଛି । ଡିସିପି ଟ୍ରାଫିକ ଏ ଦାୟିତ୍ବରେ ରହିବେ । କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।