ମରହଟ୍ଟା ରାଜାଙ୍କୁ ସ୍ୱପ୍ନାଦେଶ ପରେ ପାହାଡ ତଳୁ ବାହାରିଥିଲେ ମହାଦେବ । ମାନସିକ କଲେ, ଆରାଧନା କଲେ ସବୁ ଇଚ୍ଛା ହୁଏ ପୂରଣ । କଟକର ଅମରେଶ୍ୱର ମହାଦେବଙ୍କ ଅପୂର୍ବ ମହିମା

331

କନକ ବ୍ୟୁରୋ: ତାଙ୍କୁ ଆରାଧନା କଲେ ରୋଗ ଦୂର ହୁଏ, ଦୁଃଖ ଦୂର ହୁଏ । ତାଙ୍କ କୃପାରୁ ଭଲ ହୋଇଯାଏ ସବୁ କଷ୍ଟ । ମହାଦେବଙ୍କ ନାମ ନେଲେ ଭଲ ବି ହୋଇଯାଏ ମହାମାରୀ । ଭୋଳା ବାବଙ୍କୁ ନେଇ ବିଭିନ୍ନ କଥା ଓ କିମ୍ବଦନ୍ତୀ ଥିବା ବେଳେ ଭକ୍ତଙ୍କ ବିଶ୍ୱାସ ଭକ୍ତି ଆଗରେ ବେଳେବେଳେ ଦେଖା ଦିଅନ୍ତି ଭଗବାନ । ତେବେ କଟକ ଅମରେଶ୍ୱର ମହାଦେବଙ୍କୁ ନେଇ ମଧ୍ୟ ଅଛି ସେମିତି କିଛି କିମ୍ବଦନ୍ତୀ ।

କୁହାଯାଏ କଟକ ବକ୍ସିବଜାର ସ୍ଥିତ ଅମରେଶ୍ୱର ମହାଦେବ ସ୍ୱପ୍ନାଦେଶ ପରେ ଆବିର୍ଭାବ ହୋଇଥିଲେ । ମରହଟ୍ଟା ଶାସନ କାଳରେ ରାଜାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ମହାଦେବ । ମୁଁ ପାହାଡ ଭିତରେ ଅଛି ମୋତେ ବାହାର କର ବୋଲି ରାଜାଙ୍କୁ ସ୍ୱପ୍ନରେ କହିଥିଲେ ମହାଦେବ । ଆଉ ତାପରେ ଲୋକ ଲଗାଇ ପାହାଜ ଖୋଳି ମହାଦେବଙ୍କୁ ବାହାର କରିବାକୁ ଲାଗି ପଡିଥିଲେ ଶ୍ରମିକ ।

ବିରାଟ ପାହାଡ ଖୋଳି ଖୋଳି ଶ୍ରମିକମାନେ କ୍ଲାନ୍ତ ହୋଇଯାଇଥିବା ବେଳେ ଅସାବଧାନତାରେ ଶିବ ଲିଙ୍ଗରେ ବି ଶାବଲ ବାଜି ଖଣ୍ଡିଆ ହୋଇଯାଇଥିଲା । ପାହାଡରେ ପ୍ରାୟ ୨୦ ଫୁଟ ଖୋଳିବା ପରେ ମହାଦେବ ବାହାରିଥିଲେ ।

ତେବେ ମାନସିକ ପୂରଣ ପାଇଁ ଅନେକ ଭକ୍ତ ଏଠାକୁ ଆସନ୍ତି । ରୋଗ ଭଲ ହେବାକୁ କିଛି ଭକ୍ତ ଏଠାରେ ଅଧିଆ ପଡୁଥିବା ବେଳେ ବାହାଘର ଓ ସନ୍ତାନ ସନ୍ତତି ପାଇଁ ମଧ୍ୟ ମାନସିକ ରଖନ୍ତି ଆଉ ମହାଦେବଙ୍କ କୃପାରୁ ସେସବୁ ସଫଳ ମଧ୍ୟ ହେଉଥିବା ମନ୍ଦିରର ପୂଜାରୀ କହିଛନ୍ତି ।