ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଚକ୍ଷୁଦାନ ପରେ ଆରମ୍ଭ ହେବ ମା’ ଦୁର୍ଗାଙ୍କ ପୂଜା ।

ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଚକ୍ଷୁଦାନ ପରେ ଆରମ୍ଭ ହେବ ମା’ ଦୁର୍ଗାଙ୍କ ପୂଜା ।

କନକ ବ୍ୟୁରୋ : ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇପଡିଛି ପଲ୍ଲୀଠୁ ସହର । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି । ଆଜି ମାଆଙ୍କୁ ଚକ୍ଷୁ ଦାନ ପରେ ପୂଜା ଆରମ୍ଭ ହେବ । ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ ।

ଏସବୁ ଭିତରେ ପୂଜା ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକ । ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ୱର । ରବିବାର ଅଷ୍ଟମୀ ପୂଜା ସହ ବ୍ରତପୂଜା କରିବାର ବିଧି ଓ ପରମ୍ପରା ରହିଛି । ସେହିଭଳି ନବରାତ୍ରୀକୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ରାଜ୍ୟର ବଡ ବଡ ସହରରେ ଆୟୋଜନ ହୋଇଛି ଦାଣ୍ଡିଆ ନାଇଟ୍ସ । ସବୁ ବୟସର ଲୋକ ଦାଣ୍ଡିଆ ନାଇଟ୍ସରେ ଏକାଠି ହୋଇ ପୂଜାକୁ ନିଆରା ଢଙ୍ଗରେ ସେଲିବ୍ରେସନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe