କନକ ବ୍ୟୁରୋ : ଆସିଛିି ପାର୍ବଣ ଋତୁ । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ରାଜ୍ୟ । ଭୁବନେଶ୍ୱର ଠୁ ଆରମ୍ଭ କରି ବାଲେଶ୍ୱର ବ୍ରହ୍ମପୁରଠୁ ଆରମ୍ଭ କରି ସମ୍ବଲପୁର ସବୁଠି ଉତ୍ସବମୁଖର ହୋଇପଡିଛି ପରିବେଶ । ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ପୂଜାର ଆୟୋଜନ କରାଯାଇଥିବାରୁ ସବୁଠି ଦେଖିବାକୁ ମିଳିଛି ଭିଡ । ଏହାରି ଭିତରେ ଆଜି ହେଉଛି ମା’ଙ୍କ ମହାସପ୍ତମୀ ପୂଜା । ପରମ୍ପରା ଅନୁଯାୟୀ ଆଜି ଭୋରୁ ମା’ଙ୍କୁ ଚକ୍ଷୁ ଦାନ କରାଯିବା ପରେ ମହାସପ୍ତମୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

Advertisment

ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ପୂଜା ଏଥର ଧୁମଧାମରେ ପାଳନ କରାଯାଉଛି । ପୂଜା ମଣ୍ଡପ ପାଖରେ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ରସୁଲଗଡ଼, ସହୀଦନଗର, ବୋମିଖାଲ, ନୟାପଲ୍ଲୀ, ଝାରପଡ଼ା, ବରମୁଣ୍ଡା ଆଦି ସ୍ଥାନରେ ବଡ ବଡ ତୋରଣ ଲାଗିଥିବା ଦେଖିବାକୁ ମିଳିଛି । ସେହିପରି କଟକ ସହର ପୁରା ଆଲୋକମୟ ହୋଇପଡିଛି । ସହରର ଅଧିକାଂଶ ସ୍ଥାନ ବିଶେଷକରି ରାସ୍ତାଘାଟ ରଙ୍ଗବେରଙ୍ଗର ଆଲୋକରେ ସଜା ହୋଇଥିବା ଦେଖିବାକୁ ମିିଳିଛି ।