ମହାରାଷ୍ଟ୍ର ସଙ୍କଟ: ବାଲା ସାହେବ ଥିଲେ କ’ଣ ହୋଇଥାନ୍ତା? ସିନ୍ଦେ ବିଦ୍ରୋହ କରିବାର ସାହସ ଦେଖାଇଥାନ୍ତେ…!

272

କନକ ବ୍ୟୁରୋ: ଶିବସେନା ବର୍ତ୍ତମାନର ସବୁଠାରୁ ବଡ ସଙ୍କଟ ଦେଇ ଗତିକରୁଛି । ବାଲାସାହେବ ଠାକରେ ବଞ୍ଚିଥିବା ବେଳେ ଛୋଟ-ଛୋଟ ବିଦ୍ରୋହ ଥିଲା । ତେବେ ତାଙ୍କ ପଛରେ ଛିଡା ହେବାର କାହାର ସାହସ ନଥିଲା । ପ୍ରତାପ ସିଂହ ରାଣେ ଏବଂ ଛଗନ ଭୂଜବଳ ଗୋଟିଏ ସମୟରେ ଦଳର ବରିଷ୍ଠ ନେତା ଭାବେ ଗଣାହେଉଥିଲେ । ତେବେ ଦଳ ଛାଡି ଯିବା ପରେ ସେମାନଙ୍କ ସହ କୌଣସି ନେତା କିମ୍ବା କାର୍ଯ୍ୟକର୍ତ୍ତା ଯାଇନଥିଲେ । ବାଲା ସାହେବଙ୍କ ରାସ୍ତାରେ ଯଦି ଉଦ୍ଧବ ଠାକରେ ଯାଇଥାନ୍ତେ ତେବେ ଏକନାଥ ସିନ୍ଦେଙ୍କ ସାହସ ନଥିଲା ଯେ ସେ ଏତେ ବଡ ବିଦ୍ରୋହ କରିପାରିବେ ।

ଆଜି ସ୍ଥିତି ଏହିଭଳି ରହିଛି କି ଠାକରେ ପରିବାର ଏବଂ ଶିବସେନାର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ହାତରୁ ମହାରାଷ୍ଟ୍ରର କ୍ଷମତା ଯାଉଛି ତାହା ନୁହେଁ ଦଳ ଉପରେ ଥିବା ତାଙ୍କ ନିୟନ୍ତ୍ରଣ ବି ଚାଲିଯିବାକୁ ବସିଛି । ଯେଉଁ ଦଳକୁ ତାଙ୍କ ବାପା ଅନେକ ପରିଶ୍ରମ କରି ତିଆରି କରିଥିଲେ ବର୍ତ୍ତମାନ ତାହା ହାତରୁ ଖସିଯିବାକୁ ବସିଛି । ଠିକ ଏତିକି ବେଳେ ପ୍ରଶ୍ନ ଉଠୁଛି ଶିବସେନାର ସଂସ୍ଥାପକ ତଥା ଉଦ୍ଧବଙ୍କ ବାପା ଏହି ସଙ୍କଟକୁ କେଉଁଭଳି ନିୟନ୍ତ୍ରଣ କରିଥାନ୍ତେ? ଯେଉଁ ନୀତି ଓ ସିନ୍ଧାନ୍ତଙ୍କୁ ନେଇ ବାଲା ସାହେବ ଶିବସେନାର ଗଠନ କରିଥିଲେ ସରକାରରେ ଆସିବା ପାଇଁ ଉଦ୍ଧବ ସେହି ରାସ୍ତରୁ ହଟିସାରିଛନ୍ତି । ଏଥିରୁ ଜଣାପଡୁଛି ଯେ ଦଳରଆତ୍ମା ଉପରେ ଆଘାତ ଲାଗିଛି ତେଣୁ ଦଳ ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ।

ହିନ୍ଦୁତ୍ୱ ଏବଂ ଗେରୁଆ ପତାକାର ମହାରାଷ୍ଟ୍ରରେ ଏଭଳି ଅବସ୍ଥା ହୋଇନଥାନ୍ତା

ଟ୍ୱିଟରରେ ବାଲା ସାହେବଙ୍କ ଗୋଟିଏ ବୟାନ ବେସ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି ଶିବସୈନିକଙ୍କୁ ହିନ୍ଦୁତ୍ୱ ଏବଂ ଗେରୁଆ ପତାକା ପାଇଁ ମାନସମ୍ମାନ ମିଳିଥାଏ । ଏହାକୁ ନେଇ ବେଇମାନି କରାଯାଇପାରିବ ନାହିଁ । ସେ କହିଛନ୍ତି, ଶିବସେନାକୁ କେବେହେଲେ କଂଗ୍ରେସ ଭଳି ହେବାକୁ ଦେବିନାହିଁ, କେବେ ଏହା ହେବନାହିଁ । ଯଦି ମୋତେ ଜଣାପଡେ ଏମିତିକିଛି ହେବାକୁ ଯାଉଛି ତେବେ ମୁଁ ମୋ ଦୋକାନ ବନ୍ଦ କରିଦେବି । ଶିବସେନା ନିର୍ବାଚନ ଲଢିବ ନାହିଁ ।
ଦେଶର ଅନେକ ମିଳିତ ସରକାର ବା ମେଣ୍ଟ ସରକାର ତିଆରି ହୋଇଛନ୍ତି । ଅନେକ ଦଳ ସେମାନଙ୍କ ମୂଳ ଭୋଟ କେବେ ହରାଇନାହାଁନ୍ତି । ୟୁପିରେ ବିଏସପି ଏବଂ ବିଜେପିର ସରକାର ଗଠନ ହୋଇଛି । ମାୟାବତୀ ନିଜ ମୂଳ ଭୋଟ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି । ମେଣ୍ଟ ଓ ସରକାର ଉଭୟ ସୁବିଧାର ସହ ସେ ଚଲାଇଆସିଛନ୍ତି । ତେବେ ଏହାର ବିପରୀତ କଥା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଉଦ୍ଧବ ଠାକରେ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଏହି ସନ୍ଦେଶ କେବେହେଲେ ଦେଇପାରିନାହାନ୍ତି । ଓଲଟା ଦଳର କର୍ମୀଙ୍କୁ ଏୟା ଲାଗିସାରିଥିଲା ଶିବସେନା, କଂଗ୍ରେସ ଓ ଏନସିପି ଏକ ହୋଇଯାଇଛନ୍ତି ।

ବାଜପେୟୀଙ୍କ ସରକାର ଭାଙ୍ଗିଥିବା ଏନସିପି ସହ ହାତ ମିଲାଇବି ନାହିଁ

ବାଲାସାହେବ ଆଉ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କହିଛନ୍ତି, କେବେ ହେଲେ ସେ ଏନସିପିର ସମର୍ଥନରେ ସରକାର ତିଆରି କରିବେ ନାହିଁ । ମୁଁ କେବେ ଭାବିପାରିବି ନାହିଁ ଯିଏ ବାଜପେୟୀଙ୍କ ସରକାର ଭାଙ୍ଗିଛି ମୁଁ ତାହାସହ ହାତମିଳାଇବି । ଶତ୍ରୁ ସବୁବେଳେ ଶତ୍ରୁ ହୋଇଥାଏ । ବାଲା ସାହେବ ସବୁବେଳେ କହିଆସୁଥିଲେ ସୋନିଆ ଗାନ୍ଧୀଙ୍କ ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ । ଗୋଟିଏ ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଦଳ ଯେବେଠାରୁ ଗଠନ ହୋଇଛି ସେ ଅଧ୍ୟକ୍ଷ ରହିଛନ୍ତି । କାହକିିଁ ଅନ୍ୟ କାହାକୁ ସେ ଅଧ୍ୟକ୍ଷ ହେବାକୁ ଦେଉନାହାନ୍ତି? ବାଲାସାହେବ ଉତ୍ତର ଦେଇଥିଲେ । ମୁଁ ଅଛି ବୋଲି ଦଳ ବଞ୍ଚିରହିଛି । ମୁଁ ନରହିଲେ ଶିବସେନା କଂଗ୍ରେସ ହୋଇଯାଇଥାନ୍ତ।।

ଉଦ୍ଧବ ଠାକରେ ପିତାଙ୍କ ଭଳି ସ୍ୱଭାବିକ ନେତା ନୁହଁନ୍ତି

କେବେ ଶିବସେନାର ବଡ ନେତା ଥିବା ପ୍ରତାପ ସିଂହ ରାଣେ ନିଜର ଆତ୍ମକଥାରେ ଲେଖିଛନ୍ତି ଉଦ୍ଧବ ଠାକରେ ଜଣେ ଭଲ ବ୍ୟକ୍ତି ହୋଇଥାଇପାରନ୍ତି, ତେବେ ସେ ଜଣେ ଭଲ ନେତା କେବେ ହୋଇପାରିବେ ନାହିଁ । ରାଣେ ଏହି ପୁସ୍ତକରେ ଲେଖିଛନ୍ତି, ବାଲାସାହେବଙ୍କ ପ୍ରତି ତାଙ୍କର ସମର୍ପଣ ଉପରେ କୌଣସି ଚିହ୍ନ ଲଗାଯାଇପାରିବ ନାହିଁ । ଏନେଇ କୌଣସି ପ୍ରଶ୍ନ ବି ଉଠିବ ନାହିଁ । ତେବେ ଉଦ୍ଧବଙ୍କ ପାଇଁ ସେହି ସମ୍ମାନ ଚାହିଁ ମଧ୍ୟ ସୃଷ୍ଟି ହୋଇପାରିଲା ନାହିଁ । ଉଦ୍ଧବ ବାଲାସାହେବଙ୍କୁ କହିଥିଲେ ଯଦି ରାଣେ ଦଳକୁ ଫେରିଆସନ୍ତି ତେବେ ସେ ଏବଂ ରଶ୍ମି ମାତୋଶ୍ରୀ ଛାଡି ଚାଲିଯିବେ । ଏହି ଘଟଣା ବାଲାସାହେବ ଏବଂ ରାଣେଙ୍କ ସହ ଶେଷ ସାକ୍ଷାତବେଳେ ଘଟିଥିଲା । ଏହି ସମୟରେ ଉଦ୍ଧବ ମଧ୍ୟ ଉପସ୍ଥିତ ରହିଥିଲେ । ସେ ଆହୁରି ମଧ୍ୟ ଲେଖିଛନ୍ତି ୨୦୦୫ରୁ ନିଜର ଜିଦର କାଏମ ରହିଥିଲେ ଯେ ଉଦ୍ଧବଙ୍କ ନେତୃତ୍ୱରେ ଶିବସେନାର କୌଣସି ଭବିଷ୍ୟତ ନାହିଁ । ସେ ବହୁତ ଭଲ ବ୍ୟକ୍ତି ହୋଇପାରନ୍ତି କିନ୍ତୁ ଭଲ ନେତା ନୁହେଁ ।