ଆଜି ମହାମାୟାଙ୍କ ନବମୀ ପୂଜା । କରୋନା କଟକଣା ଭିତରେ ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା, ଦର୍ଶନରୁ ବଞ୍ଚିତ ଭକ୍ତ ।

83

କନକ ବ୍ୟୁରୋ : ଆଜି ହେଉଛି ମହାମାୟାଙ୍କ ମହାନବମୀ ପୂଜା । କରୋନା କଟକଣା ଭିତରେ ପୂଜା ପାଳିତ ହେଉଛି । ଏଭଳି ଦିନରେ ପୂଜା ମଣ୍ଡପରେ ଭିଡ ହୁଏ, ଲୋକେ ବାହାରକୁ ବାହାରନ୍ତି ଏବଂ ପୂଜା ଦେଖନ୍ତି । କିନ୍ତୁ ଏଥର କଡା କଟକଣା ଲଗାଇଛି ପ୍ରଶାସନ । ଚାରିପଟୁ ମାଆଙ୍କୁ ଆବଦ୍ଧ କରାଯାଇଛି । ପୂଜା ମଣ୍ଡପକୁ ଯିବାକୁ ଭକ୍ତଙ୍କୁ ବାରଣ କରାଯାଇଛି । ଯାହା ପାଇଁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଟ୍ୱିନ ସିଟିର ସମସ୍ତ ପୂଜା ମଣ୍ଡପରେ ନିରାଡମ୍ବରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ବାଲେଶ୍ୱର, ଜୟପୁରରେ ମଧ୍ୟ କରୋନା କଟକଣା ଭିତରେ ପୂଜା ପାଉଛନ୍ତି ମାଆ ।

ସେପଟେ ମୁମ୍ବାଇରେ ବି ଜମିଛି ଦୁର୍ଗାପୂଜାର ମାହୋଲ । ମହାନଗରର ପୂଜା ମଣ୍ଡପରେ ସେଲିବ୍ରିଟିଙ୍କ ଭିଡ ଦେଖିବାକୁ ମିଳିଛି । ବଲିଉଡର ଆଗଧାଡିର ନାୟିକା ମଣ୍ଡପକୁ ଯାଇ ମାଆଙ୍କ ଦର୍ଶନ କରିଛନ୍ତି । ବିଗତ ଦିନର ଅଭିନେତ୍ରୀ କାଜଲ, ମୌନି ରୟ, ସୁମନା ଚକ୍ରବର୍ତୀ ପ୍ରମୁଖ ପୂଜା ପେଣ୍ଡାଲକୁ ଯାଇ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ।