କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ବିଘ୍ନ ଅବସ୍ଥାରେ ପୂଜା ପାଉଛନ୍ତି ମହାପ୍ରଭୁଙ୍କ ଘରଣୀ ମା ମହାଲକ୍ଷ୍ମୀ। ଏକଥା ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଛି। କିନ୍ତୁ ରତ୍ନଭଣ୍ଡାର ଯେତେବେଳେ ଖୋଲାଯାଇଛି, ଏହି ପ୍ରସଙ୍ଗ ପୁଣି ଥରେ ତାଜା ହୋଇଛି। ଏବଂ ମାଙ୍କ ସୁବର୍ଣ୍ଣ ମୂର୍ତ୍ତି ପୂଜା କରିବାକୁ ଦାବି ବଢ଼ୁଛି।

Advertisment

୧୯୭୨ ଓ ୧୯୭୪ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସୁନାରେ ମହାଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ନିର୍ମାଣ କରାଯାଇଥିଲା। କିନ୍ତୁ ସେହି ମୂର୍ତ୍ତି ଏପର୍ୟ୍ୟନ୍ତ ଅପୂଜା ହୋଇ ରହିଛନ୍ତି। ତେବେ କାହିଁକି ବିଘ୍ନ ମୂର୍ତ୍ତିକୁ ପୂଜା କରାଯାଉଛି ଓ ନୂତନ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯାଉନାହିଁ ସେଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୧୫ରେ ଭିତର ରତ୍ନଭଣ୍ଡାରରେ ଥିବା ନୂତନ ମହାଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ହେଲେ ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ବରିଷ୍ଠ ପୂଜାପଣ୍ଡା।

ଶ୍ରୀମନ୍ଦିର ନୂତନ ବିଗ୍ରହଙ୍କୁ ଭିତର ରତ୍ନଭଣ୍ଡାରରୁ ଅଣାଯାଇ ପୂଜା ନକରିବା ପଛରେ କଣ ରହିଛି ମନ୍ଦ ଉଦେଶ୍ୟ ତାକୁ ନେଇ ପ୍ରଶ୍ନ ଉଠିଛି। ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୂର୍ତ୍ତି ସୁରକ୍ଷିତ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।