କନକ ବ୍ୟୁରୋ : ଶ୍ରୀ ଲିଂଗରାଜଙ୍କ ନୀତି ବିଳମ୍ବିତ ହୋଇ ଏଥର ରାତି ୧୨ଟା ୩୪ରେ ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟର ପ୍ରାୟ ଅଢେଇ ଘଂଟା ପରେ ମହାଦୀପ ଉଠିଥିଲା । ନିର୍ଦ୍ଧାରିତ ନିତିକାନ୍ତି ସହ ଭୋର ୪ଟାରୁ ଆରମ୍ଭ ହୋଇଥିଲା ସାହାଣମେଲା ଦର୍ଶନ । ଆଉ ଦିନ ତମାମ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା ।
ଦୂରଦୁରାନ୍ତରରୁ ଅନେକ ଭକ୍ତ ଲିଂଗରାଜଙ୍କ ଦର୍ଶନ ପାଇଁ ଚୁଟି ଆସିଥିଲେ । ସେହିପରି ଏକାମ୍ର ସାଂସୃତିକ ଅନୁଷ୍ଠାନ ପକ୍ଷରୁ ଭଜନ ସଂଧ୍ୟାର ମଧ୍ୟ ଆୟୋଜନ କରାଯାଇଥିଲା । ଶ୍ରୀ ଲିଂଗରାଜଙ୍କ ଜାଗର ଯାତ୍ରାକୁ ଶୃଂଖଳିତ କରିବା ପାଇଁ ମନ୍ଦିର ପ୍ରଶାସନ, ପୁଲିସ ପ୍ରସାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-25-07h47m49s067.png)