ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ । ଖୋଲିବନି ଉଭୟ ସରକାରୀ ଓ ବେସରକାରୀ କୌଣସି ବି ଅନୁଷ୍ଠାନ । ଗଡିବନି ବସ, ଚାଲିବନି ଟ୍ରେନ

ସମସ୍ତ ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା

220

କନକ ବ୍ୟୁରୋ: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ସମ୍ବଲପୁର, ବରଗଡ, ବଲାଙ୍ଗିର, ସୋନପୁର, ଦେବଗଡ, ଝାରଶୁଗୁଡା, ନୂଆପଡା ଓ ସୁନ୍ଦରଗଡରେ ସମ୍ପୁର୍ଣ୍ଣ ବନ୍ଦ ରହିବ ।

ତେବେ କଳାହାଣ୍ଡି ଓକିଲ ସଂଘର ନିଷ୍ପତିକ୍ରମେ ସେଠାରେ ଆଂଶିକ ବନ୍ଦ ରହିବ ବୋଲି ଜଣାପଡିଛି । ସମ୍ବଲପୁରରେ ବାର ଆସୋସିଏସନ ପକ୍ଷରୁ ଉଭୟ ସିଟି ଏବଂ କ୍ଷେତରାଜପୁର ଷ୍ଟେସନରେ ରେଲରୋକ କରାଯିବ । ଏଥିସହିତ ରାଜ୍ୟ, କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଏମସିଏଲ ସମ୍ମୁଖରେ ମଧ୍ୟ ପିକେଟିଂ ହେବ । ସମ୍ବଲପୁର ଓକିଲ ସଂଘ ପକ୍ଷରୁ ଏହି ସୂଚନା ମିଳିଛି ।