କନକ ବ୍ୟୁରୋ : ଆଜି ମହା ଅଷ୍ଟମୀ । ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ଗାଁଠୁ ସହର । ସୁଦୃଶ୍ୟ ତୋରଣ ଓ ସାଜସଜା ଠାରୁ
ଆରମ୍ଭ କରି ସୁନା, ରୁପା ଖଚିତ ମେଢରେ ଝଲସୁଛି ପୂଜା ପେଣ୍ଡାଲ । ଟ୍ୱିଇନ୍ ସିଟି ସମେତ ରାଜ୍ୟର ପୁର ପଲ୍ଲୀରେ ଖୁବ ଧୁମଧାମରେ ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା ।
ଶାରଦୀୟ ଦଶହରା ପାଇଁ ଚଳଚଂଚଳ ସାରା ରାଜ୍ୟ । ମଣ୍ଡପରେ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତୀ ପୂଜା ପାଉଛନ୍ତି । ଶକ୍ତିପୀଠରେ ଶକ୍ତିସ୍ୱରୂପୀଣିଙ୍କ ନବରାତ୍ରୀ ପୂଜା ଚାଲିଛି । ଷୋଡଶ ଉପଚାରରେ ଦେବୀ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ଶକ୍ତିପୀଠରେ ମହାନବମୀ ପାଳନ କରାଯାଉଛିି । ହୁଳହୁଳି ଘଂଟ ଘଂଟା ଧ୍ୱନୀରେ ପ୍ରକମ୍ପିତ ହେଉଛି ସମଗ୍ର ଅଂଚଳ । ସକାଳୁ ସକାଳୁ ମଣ୍ଡପରେ ଅଷ୍ଟମୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।
ପୂଜା ପାଇଁ ଚଳଚଂଚଳ ରୋ÷÷ପ୍ୟ ନଗରୀ । ସିଲଭରସିଟିରେ ଚାନ୍ଦି ମେଢର ଆସର । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ମାଆ ଦୁର୍ଗା । ଦୁର୍ଗାପୂଜା ପାଇଁ କଟକ ସହରରେ ଜମିଲାଣି ଭିଡ । ଷଷ୍ଠୀରୁ ମହାମାୟୀଙ୍କ ପୂଜା ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/puja-.jpg)