କନକ ବ୍ୟୁରୋ : ଚେସ ବିଶ୍ୱକପ ଫାଇନାଲର ଶେଷ ପର୍ଯ୍ୟାୟରେ ପରାଜିତ ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନ ନନ୍ଦା । କିନ୍ତୁ ମନ ଜିତିଲେ ୧୮ ବର୍ଷୀୟ ଖେଳାଳୀ । ଭାରତର ଆଗାମୀ ବିଶ୍ୱନାଥନ ଆନନ୍ଦ କୁହାଯାଉଥିବା ପ୍ରଜ୍ଞାନନ୍ଦ ବାକୁରେ ଚାଲିଥିବା ବିଶ୍ୱ ଚେଷ ଟୁର୍ଣ୍ଣାମେଂଟ ଫାଇନାଲରେ ୨ୟ ସ୍ଥାନ ତଥା ରନର୍ସ ଅପ ହୋଇ ନିଜ ଯାତ୍ରା ଶେଷ କରିଛନ୍ତି । ବିଶ୍ୱର ନମ୍ବର ୧ ଚେଷ ଖେଳାଳୀ ତଥା ୫ ଥର ଟାଇଟଲ ହାତେଇଥିବା ମାଗ୍ନସ କାର୍ଲସେନଙ୍କ ଠାରୁ ରୋଚକୀୟ ମୋଡରେ ପରାଜିତ ହୋଇଛନ୍ତି ୧୮ ବର୍ଷୀୟ ଭାରତୀୟ ଚେସ ଖେଳାଳୀ ପ୍ରଜ୍ଞାନ ନନ୍ଦା । କିନ୍ତୁ ବିଶ୍ୱର ୩ୟ ଯୁବ ଖେଳାଳୀ ଭାବେ ସେ ଏହି ଟୁର୍ଣ୍ଣାମେଂଟର ଶେଷ ପ୍ରଯ୍ୟାୟକୁ ଉନ୍ନିତ ହେବାରେ ନିଜ ନାଁକୁ ନାମିତ କରିପାରିଛନ୍ତି ।