ଥରି ଉଠିଲା ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ । ୫.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ସୂଚନା ।

Advertisment
ନେପାଳ କାଠମାଣ୍ଡୁରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ।

image courtesy - Hindi News - India TV

କନକ ବ୍ୟୁରୋ : ବୁଧବାର ସକାଳେ ଆଣ୍ଡାମାନ ଦ୍ୱୀପପୁଞ୍ଜ ଅଞ୍ଚଳରେ ରିକ୍ଟର୍ ସ୍କେଲରେ ୫. ୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସକାଳ ପ୍ରାୟ ୬: ୦୯ ସମୟରେ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଭୂକମ୍ପନ ହୋଇଥିବା କଥା ଜଣାପଡ଼ିଛି ।

ମଙ୍ଗଳବାର ପାହାନ୍ତାରେ ନିକୋବର ଦ୍ୱୀପପୁଞ୍ଜରେ ରିକ୍ଟର୍ ସ୍କେଲରେ ୪. ୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାର ଦିନକ ପରେ ଆଜି ଆଣ୍ଡାମାନରେ ଭୂକମ୍ପନ ଅନୁଭୂତ ହୋଇଛି । ରାତି ପ୍ରାୟ ୨: ୦୪ ମିନିଟରେ ଗତକାଲିର ଭୂମିକମ୍ପ ହୋଇଥିଲା । ଭୂଗର୍ଭର ୧୦ କିଲୋମିଟର୍ ତଳେ ଥିଲା ଏହାର କେନ୍ଦ୍ରସ୍ଥଳ । ଏପ୍ରିଲ୍ ପହିଲା ସୁଦ୍ଧା ସେ ଅଞ୍ଚଳରେ ମଧ୍ୟମ ଧରଣର ସମୁଦାୟ ୨୦ଟି ଭୂମିକମ୍ପ ହୋଇ ସାରିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe