ଲଦାଖରେ ଅନୁଭୂତ ହେଲା ଭୂମିକମ୍ପ : ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂମିକମ୍ପ ରେକର୍ଡ

Advertisment
ଲଦାଖରେ ଅନୁଭୂତ ହେଲା ଭୂମିକମ୍ପ  : ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂମିକମ୍ପ ରେକର୍ଡ

କନକ ବ୍ୟୁରୋ : ଲଦାଖରେ ଭୂମିକମ୍ପ । ଏହାର ତୀବ୍ରତା ୩.୬ ଥିବା କଥା ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି । ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିବା ଅନୁସାରେ, ଭୋର୍‌ ୫.୧୧ ମିନିଟ୍‌ରେ ଏହି ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବା କିଂବା କିଛି ଧନସମ୍ପତ୍ତି ନଷ୍ଟ ହୋଇଥିବାର ଖବର ଏପର୍ଯ୍ୟନ୍ତ ଆସିନାହିଁ। ସୂଚନାଯୋଗ୍ୟ, ଗୋଟିଏ ପକ୍ଷ ବା ଦୁଇ ସପ୍ତାହ ମଧ୍ୟରେ ଲଦାଖ ଅଞ୍ଚଳରେ ଏହା ହେଉଛି ତୃତୀୟ ଭୂକମ୍ପନ।

ଫେବ୍ରୁଆରି ୧୭ରେ ସେଠାରେ ୩.୫ ତୀବ୍ରତାସମ୍ପନ୍ନ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାଛଡ଼ା ଫେବ୍ରୁଆରି ୧୩ ତାରିଖରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଏକ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହି ଭୂକମ୍ପନ ଯୋଗୁଁ ଅନେକ ଘର ଫାଟି ଯାଇଥିବା ରିପୋର୍ଟ ଆସିଥିଲା । ଭୂମିକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଅତୀତରେ କଶ୍ମୀର ଉପତ୍ୟକାରେ ଭୂମିକମ୍ପଜନିତ ପ୍ରଭୂତ କ୍ଷୟକ୍ଷତି ହୋଇଛି ।

୨୦୦୫ ଅକ୍ଟୋବର ମାସରେ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱସ୍ଥ ଅଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ କାରଣରୁ ସେଠାରେ ୮୦,୦୦୦ରୁ ଅଧିକ ବ୍ୟକ୍ତି ଜୀବନ ହରାଇଥିଲେ। ରିକ୍ଟର୍‌ ସ୍କେଲ୍‌ରେ ୭.୩ ତୀବ୍ରତାସମ୍ପନ୍ନ ବୋଲି ରେକର୍ଡ ହୋଇଥିବା ଉକ୍ତ ଭୂମିକମ୍ପର ଉତ୍ପତ୍ତି କେନ୍ଦ୍ର ଥିଲା ମୁଜାଫରବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe