ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅଭାବନୀୟ ଘଟଣା : ଜାମିନ ଦେଲେନି ବୋଲି ମାଜିଷ୍ଟ୍ରେଟ୍‌ଙ୍କୁ ତାଲା ପକାଇଦେଲେ ଓକିଲ

 ଜିଲ୍ଲା ଜଜଙ୍କ ହସ୍ତକ୍ଷେପ ପରେ ଘଟଣାର ହେଲା ସମାଧାନ

213

କନକ ବ୍ୟୁରୋ : ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅଭାବନୀୟ ଘଟଣା ।  ମହକିଲଙ୍କୁ ଜାମିନ ମିଳିଲାନି ବୋଲି କୋର୍ଟ ରୁମରେ ତାଲା ପକାଇ ଦେଲେ ଓକିଲ । କୋର୍ଟ ରୁମରେ ତାଲା ପକାଇବାର ଫଟୋ ଏବେ ହ୍ୱାଟ୍ସଆପରୁ ହ୍ୱାଟ୍ସଆପ ଘୂରି ବୁଲୁଛି । ଘଟଣାରେ ଜିଲ୍ଲା ଜଜଙ୍କ ହସ୍ତକ୍ଷେପ ପରେ ଏହା ସମାଧାନ ହୋଇଛି ।

ସୂଚନା ଅନୁସାରେ, ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିବା ପରେ ସେ ଜେଲ୍ ଯାଇଥିଲେ। ତାଙ୍କ ବିରୋଧରେ ଆଇପିସିର-୪୯୮(ଏ) ସମେତ ଆହୁରି କେତେକ ଦଫା ଲାଗିଥିଲା । ଗୁରୁବାର ଦିନ ଏସଡିଜେଏମ୍‌ଙ୍କ କୋର୍ଟରେ ଏହି ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ଅପରାହ୍ନ ପ୍ରାୟ ୨ଟାରେ ମାମଲାର ଶୁଣାଣି କରିବା ପରେ ଜାମିନ ଖାରଜ କରି ଦେଇଥିଲେ ମାଜିଷ୍ଟ୍ରେଟ୍ ଗୁରୁବାର ଦିନ ଏସଡିଜେଏମ୍‌ଙ୍କ କୋର୍ଟରେ ଏହି ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ଅପରାହ୍ନ ପ୍ରାୟ ୨ଟାରେ ମାମଲାର ଶୁଣାଣି କରିବା ପରେ ଜାମିନ ଖାରଜ କରି ଦେଇଥିଲେ ମାଜିଷ୍ଟ୍ରେଟ୍। ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କ ଓକିଲ ତାତି ଯାଇଥିଲେ । କାହିଁକି ଜାମିନ ଖାରଜ କରାଗଲା ବୋଲି କହିବା ସହ ତାଙ୍କ ଚାମ୍ବର କବାଟରେ ତାଲା ପକାଇ ଦେଇଥିଲେ ।। ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କ ଓକିଲ ତାତି ଯାଇଥିଲେ । କାହିଁକି ଜାମିନ ଖାରଜ କରାଗଲା ବୋଲି କହିବା ସହ ତାଙ୍କ ଚାମ୍ବର କବାଟରେ ତାଲା ପକାଇ ଦେଇଥିଲେ ।

ଏହା ସହିତ ‘ଏସଡିଜେଏମ୍ କୋର୍ଟ ଭୁବନେଶ୍ବର ବୟକଟ୍’ ବୋଲି କାଗଜରେ ଲେଖି କବାଟରେ ମାରି ଦେଇଥିଲେ । ତାଙ୍କ ସହ ଆଉ ଦୁଇ ତିନି ଜଣ ମିଶି ମାଜିଷ୍ଟ୍ରେଟଙ୍କ ବିରୋଧରେ ନାରାବାଜି କରଥିଲେ । ଏହି ଘଟଣା ପ୍ରଚାରିତ ହୋଇ ଯିବା ପରେ ଅନ୍ୟ ଓକିଲମାନେ ସେଠାରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ସହ ଆଲୋଚନା କରିଥିଲେ। ପରେ ସଂପୃକ୍ତ ଓକିଲକୁ ଡକାଯାଇ ଘଟଣାର ସମାଧାନ କରାଯାଇଥିଲା । ଏଭଳି ଘଟଣାକୁ ବହୁ ବରିଷ୍ଠ ଓକିଲ ନିନ୍ଦା କରିଛନ୍ତି ।