କାମ କଲାନି ଯାଦୁଗରଙ୍କ କୁହୁକ ବିଦ୍ୟା : ହାତ-ଗୋଡରେ ଚେନ ବାନ୍ଧି ପାଣି ଭିତରକୁ ଓହ୍ଲାଇବା ପରଠାରୁ ନିଖୋଜ

Advertisment
କାମ କଲାନି ଯାଦୁଗରଙ୍କ କୁହୁକ ବିଦ୍ୟା : ହାତ-ଗୋଡରେ ଚେନ ବାନ୍ଧି ପାଣି ଭିତରକୁ ଓହ୍ଲାଇବା ପରଠାରୁ ନିଖୋଜ

source : Dainik Bhaskar

ଲୋକଙ୍କୁ ଆକର୍ଷିତ କରିବା ଚେଷ୍ଟା କରୁଥିବା ଜଣେ ଯାଦୁଗରଙ୍କ ଷ୍ଟଣ୍ଟ ଅସଫଳ ହେବା ପରେ ସେ ଗଙ୍ଗା ନଦୀରେ ବୁଡି ଯାଇଛନ୍ତି । ପୁଲିସର ସୂଚନା ଅନୁସାରେ, ଯାଦୁଗର ଚଂଚଲ ଲାହିଡି ନିଜ ହାତ-ଗୋଡ ଲୁହା ଚେନରେ ବାନ୍ଧି କ୍ରେନର ସହାୟତାରେ ନଦୀ ଭିତରେ ପଶିଥିଲେ । ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଥିଲେ କି, ବିନା କୌଣସି ସହାୟତାରେ ପାଣିରୁ ବାହାରକୁ ଆସିପାରିବେ । କିନ୍ତୁ ଏମିତି ହୋଇପାରିଲାନି । ନଦୀକୁ ଓହ୍ଲାଇବା ପର ଠାରୁ ସେ ନିଖୋଜ ଅଛନ୍ତି ।

publive-image

୪୦ ବର୍ଷୀୟ ଯାଦୁଗର ପାଣିରୁ ନବହାରିବାରୁ ସରକାରୀ କର୍ତ୍ତୃପକ୍ଷମାନେ ତାଙ୍କୁ ଖୋଜିବାକୁ ଗଲେ। ଏପର୍ଯ୍ୟନ୍ତ ଖୋଜା ଚାଲିଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି । ସେହି ସ୍ଥାନରେ ହିଁ ୨୧ ବର୍ଷ ତଳେ ଚଂଚଲ ଲାହିଡି ଏଭଳି କୁହୁକ ଦେଖାଇ ସଫଳ ହୋଇଥିଲେ। ଲାହିଡି କହିଥିଲେ, “ଚେନରେ ବନ୍ଧା ହୋଇ ତାଲା ପଡ଼ିଥିବା ଗୋଟାଏ ବୁଲେଟ୍ ପ୍ରୁଫ କାଚ ବାକ୍ସରେ ମୁଁ ପଶିଥିବା ବେଳେ ମତେ ହାୱଡା ପୋଲରୁ ତଳକୁ ପକାଇ ଦିଆଯାଇଥିଲା। ୨୯ ସେକେଣ୍ଡ୍ ମଧ୍ୟରେ ମୁଁ ବାହାରି ଆସିଥିଲି।“ ପାଣି ମଧ୍ୟକୁ ଯିବା ପୂର୍ବରୁ ଚଂଚଲ ଲାହିଡି ସ୍ୱୀକାର କରିଥିଲେ ଯେ, ଏଥର ମୁକ୍ତି ପାଇବା କାଠିକର ପାଠ। ସେ କହିଥିଲେ, ସେ ଯଦି ବାକ୍ସକୁ ଖୋଲିପାରନ୍ତି ସେଇଟା ହେବ କୁହୁକ, କିନ୍ତୁ ଖୋଲି ନପାରିଲେ ଦୁର୍ଭାଗ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe