ବାଳକଙ୍କ କଣ୍ଠରେ ଯାଦୁ : ଗାଉଛନ୍ତି ଛାନ୍ଦ, ଚମ୍ପୁ, ଚଉପଦୀ, ଭଜନ ଜଣାଣ : ନୟାଗଡର ୯ବର୍ଷର ଅୟସକାନ୍ତଙ୍କ ପ୍ରତିଭାକୁ ପ୍ରଶଂସା

453

କନକ ବ୍ୟୁରୋ : ୯ବର୍ଷିଅ ବାଳକଙ୍କ କଣ୍ଠରେ ଯାଦୁ । ବହୁ ପୁରାତନ ସଙ୍ଗୀତକୁ ଗାନ କରୁଛନ୍ତି ଏହି ବାଳକ । ଛାନ୍ଦ,ଚମ୍ପୁ, ଚଉପଦୀ, ସଂସ୍କୃତ ଶ୍ଲୋକ ଭଜନ ଓ ଜଣାଣ ସ୍ପଷ୍ଟ ଭାବେ ଗାଉଛନ୍ତି ନୟାଗଡ଼ର ୯ବର୍ଷର ବାଳକ ଅୟସକାନ୍ତ । ସେ ସରସ୍ୱତୀ ଶିଶୁ ମନ୍ଦିରରେ ୩ୟ ଶ୍ରେଣୀରେ ପଢ଼ୁଛନ୍ତି । ଛୋଟ ବାଳକ ମୁହଁରେ ରହିଛି ଶ୍ଲୋକ, ସଂସ୍କୃତ ଜଣାଣ । ବହୁ ରୀତି ଯୁଗୀୟ କବି ଯଦୁମଣି ମହାପାତ୍ର, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥଙ୍କ ଭଳି ବହୁ ପ୍ରାଚୀନ କବିମାନଙ୍କ ଗୀତ ଗାନ କରୁଛନ୍ତି ।

ସେ ତାଙ୍କ ଜେଜେଙ୍କ ଠାରୁ ଏସବୁ ଶିଖିଛନ୍ତି । ତାଙ୍କ ଜେଜେ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଅଫିସର । ଜେଜେ ବାପାଙ୍କର ବିଭିନ୍ନ ପୁସ୍ତକ ଆଣି ଲୁଚାଇ ନେଇ ପଢ଼ି ଗୁଣୁଗୁଣ ହେଉଥିଲେ । ନାତିର ଏସବୁ ପ୍ରତି ଆଗ୍ରହ ଦେଖି ତାକୁ ଏସବୁ ଗୀତ ଶିଖାଉଥିବା କହିଛନ୍ତି ।