କଟକଣା ଭିତରେ ଚନ୍ଦ୍ରଭାଗାରେ ମାଘବୁଡ ଅନୁଷ୍ଠିତ : ଅନୁମତି ପ୍ରାପ୍ତ ଭକ୍ତ ହିଁ ପକାଇଲେ ବୁଡ଼

ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମାତ୍ର ୫୦୦ ଜଣ ସାମିଲ ପାଇଁ ରହିଛି କଟକଣା; କୋଣାର୍କରେ ଲାଗିଛି ୧୪୪ ଧାରା

134

କନକ ବ୍ୟୁରୋ : କଟକଣା ଭିତରେ ହୋଇଛି ଚନ୍ଦ୍ରଭାଗାର ମାଘ ସପ୍ତମୀ ବୁଡ । କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି ରହିଛି । କରୋନା ସଂକ୍ରମଣକୁ ନଜରରେ ରଖି ମାଘ ସପ୍ତମୀର ବୁଡ଼ ଉପରେ କଟକଣା ଲଗାଯାଇଛି । ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମାତ୍ର ୫୦୦ ଜଣ ଏଥିରେ ସାମିଲ ହୋଇପାରିବେ ବୋଲି ନିଷ୍ପତି ହୋଇଥିଲା । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି କରିଛି । ମାଘ ସପ୍ତମୀର ସମସ୍ତ ରୀତିନୀତି ସରିବା ପରେ ଠାକୁରଙ୍କ ବୁଡ ନୀତି କରାଯାଇଛି । ଏହା ପରେ କେବଳ ଅନୁମତି ପ୍ରାପ୍ତ ଭକ୍ତମାନେ ହିଁ ମାଘ ବୁଡ ପକାଇଛନ୍ତି ।