ଆପଣ ମଧ୍ୟ ମ୍ୟାଗି ମସଲା ଖାଇବାକୁ ପସନ୍ଦ କରନ୍ତି କି ? ତେବେ ଜାଣିରଖନ୍ତୁ ପ୍ରସ୍ତୁତ କରିବା ବିଧି ।

Advertisment
ଆପଣ ମଧ୍ୟ ମ୍ୟାଗି ମସଲା ଖାଇବାକୁ ପସନ୍ଦ କରନ୍ତି କି ? ତେବେ ଜାଣିରଖନ୍ତୁ ପ୍ରସ୍ତୁତ କରିବା ବିଧି ।

image courtesy-Little Day Out

ଯଦି ଆପଣ ଏହି ଭ୍ରାନ୍ତ ଧାରଣାରେ ଫସିଛନ୍ତି ଯେ ପିଲାମାନେ ପାଗଳ ହୋଇ ଖାଉଥିବା ମ୍ୟାଗି ମସାଲାରେ କିଛି ଗୁପ୍ତ ସାମଗ୍ରୀ ପଡିଛି ଯାହାଦ୍ୱାରା ଏହି ମସାଲା ଏତେ ସ୍ୱାଦଯୁକ୍ତ ହୋଇଉଠୁଛି ତେବେ ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାର ସମୟ ଆସିଯାଇଛି । ଆପଣ ଚାହିଁଲେ ଏହି ମସାଲାକୁ ନିଜ ରୋଷେଇଶାଳରେ ପ୍ରସ୍ତୁତ ମଧ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କିଛି ଜରୁରୀ ସାମଗ୍ରୀ । ତେବେ ମନେରଖନ୍ତୁ କିଛି ସାମଗ୍ରୀ ଯାହାଦ୍ୱାରା ଆପଣ ଏହି ମସାଲାକୁ ପ୍ରସ୍ତୁତ କରିପାରିବେ । publive-imageଆବଶ୍ୟକ ସାମଗ୍ରୀ :
ଏକ ବଡ ଚାମଚ ପିଆଜ ପାଉଡର, ରସୁଣ ପାଉଡର, ଦୁଇଚାମଚ କର୍ଣ୍ଣ ଫ୍ଲୋର, ୧୦ ଚାମଚ ଚିନି ପାଉଡର, ୧୦ ଚାମଚ ଚାର୍ଟ ମସାଲା, ଏକ ଚାମଚ ସୁଣ୍ଠି ପାଉଡର, ୧ ଚାମଚ ଲଙ୍କାଗୁଣ୍ଡ, ହଳଦୀ, ଜିରା, ମେଥୀ ଗୁଣ୍ଡ, ୩ ରୁ ୪ଟି କଞ୍ଚା ଲଙ୍କା, ୨ ଚାମଚ ଧନିଆ ପାଉଡର, ୨ଟି ତେଜପତ୍ର, ସ୍ୱାଦନୁସାର ଲୁଣ ଏବଂ ଗ୍ରାଇଣ୍ଡର ।
କିଭଳି ପ୍ରସ୍ତୁତ କରିବେ :
• ସର୍ବପ୍ରଥମେ ମେଥୀ , ଜିରା, ତେଜପତ୍ର, ଧନିଆ, କଞ୍ଚାଲଙ୍କାକୁ ଦୁଇ ଘଣ୍ଟା ଖରାରେ ଶୁ୍ଖାଇଦିଅନ୍ତୁ। ଏହାଦ୍ୱାରା ଏହି ସାମଗ୍ରୀର ଶୁଖିଲାପଣ ଆସିଯିବ ।
• ଏହାପରେ ଗ୍ୟାସରେ କମ୍ ଝାସରେ ଏହି ସାମଗ୍ରୀକୁ ପକାଇ ଭାଜନ୍ତୁ ।
• ଏହାପରେ ଏହି ଗରମ ସାମଗ୍ରୀକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡିବା ପରେ ଭଲଭାବରେ ଗ୍ରାଇଣ୍ଡି କରିନିଅନ୍ତୁ ।
• ଏହି ମିଶ୍ରଣରେ ପିଆଜ, ରସୁଣ, କର୍ଣ୍ଣ ଫ୍ଲୋର, ଚିନି, ସୁଣ୍ଠି, ହଳଦୀ, ଲଙ୍କାଗୁଣ୍ଡ ପାଉଡରକୁ ମିଶାଇ ଲୁଣ ପକାଇ ଭଲଭାବରେ ଗ୍ରାଇଣ୍ଡି କରନ୍ତୁ । ଗ୍ରାଇଣ୍ଡି କରୁଥିବା ସମୟରେ ୨୫ ମିନିଟ୍ ପର୍ଯ୍ୟନ୍ତ ଏବଂ ହାତରେ କୁଟୁଥିବା ସମୟରେ କିଛି ସମୟ ଅନ୍ତରାଳରେ ଗ୍ରାଇଣ୍ଡି କରନ୍ତୁ । ଶେଷରେ ଚାଲୁଣି ସାହାର୍ଯ୍ୟରେ ଏହି ମସଲାକୁ ଛାଣି ନିଅନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe