କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଧର୍ଷଣ ଅଭିଯୋଗ ଆଣିଲେ ଲେଖିକା । ନ୍ୟୁୟର୍କର ଜଣେ ଲେଖିକା ତଥା ସ୍ତମ୍ଭକାର ଇ. ଜନ୍ କାରୋଲ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣା ପ୍ରାୟ ୨୦ ବର୍ଷ ତଳର । ଶୁକ୍ରବାର ୱାସିଂଟନ୍ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ କାରୋଲ କହିଛନ୍ତି ଯେ, ୧୯୯୫ର ଶେଷଭାଗ ଓ ୧୯୯୬ ପ୍ରାରମ୍ଭରେ ଏହି ଅଘଟଣ ତାଙ୍କ ଜୀବନରେ ଘଟିଥିଲା । ସେତେବେଳେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଥିବା ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ମ୍ୟାନହଟନ ଡିପାର୍ଟମେଂଟ ଷ୍ଟୋରରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।

Advertisment

publive-image

ଏକ ଡ୍ରେସିଂ ରୁମରେ ତାଙ୍କୁ ଧର୍ଷଣ କରିଥିଲେ ଟ୍ରମ୍ପ । ତେବେ ଏତେବର୍ଷ ପରେ ଘଟଣାର ଖୁଲାସା କରି କାରୋଲ କହିଛନ୍ତି ଯେ, ଏହା ମହିଳାମାନଙ୍କୁ ମୁହଁ ଖୋଲିବା ପାଇଁ ସାହସ ଯୋଗାଇବ । ବର୍ତମାନ ୭୫ ବର୍ଷରେ ପାଦ ଦେଇଥିବା କାରୋଲ ଏହି ଘଟଣା ବାବଦରେ ସେତେବେଳେ ତାଙ୍କର ଦୁଇଜଣ ନିକଟତମ ବନ୍ଧୁଙ୍କ ଆଗରେ ପ୍ରକାଶ କରିଥିବା ମଧ୍ୟ ସୂଚନା ଦେଇଛନ୍ତି । ତେବେ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଭିତିହୀନ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏପରିକି ସେ ମହିଳାଙ୍କୁ ଜାଣିନଥିବା ସ୍ପଷ୍ଟ କରିଛନ୍ତି । ମହିଳା ଜଣକ ନିକଟରେ ନିଜ ପ୍ରକାଶିତ ବହି ବିକ୍ରି କରିବା ଉଦ୍ଦେଶ୍ୟରେ ଏଭଳି ମିଛ ଅଭିଯୋଗର ସାହାରା ନେଉଥିବା ପାଲଟା ଅଭିଯୋଗ କରିଛନ୍ତି ଟ୍ରମ୍ପ ।