ଢେଙ୍କାନାଳରେ ବନ୍ଧୁକ ଡିଲ ବେଳେ ଧରାପଡିଲେ ମାଫିଆ : ଭାପୁର ନିକଟରୁ ଦୁଇ ମାଫିଆଙ୍କୁ କାବୁ କଲା ଏସଟିଏଫ୍

ନିଜେ ତିଆରି କରି ବନ୍ଧୁକ କରୁଥିଲେ ବିକ୍ରି; ୯ଟି ଦେଶୀ ବନ୍ଧୁକ ସହ ରିଭଲଭର ଜବତ

126

କନକ ବ୍ୟୁରୋ : ବେଆଇନ ବନ୍ଧୁକ କାରବାର ବେଳେ ଚଢାଉ କରି ଦୁଇ ମାଫିଆଙ୍କୁ ଗିରଫ କରିଛି କ୍ରାଇମ ବ୍ରାଚର ସ୍ପେଶାଲ ଟାକ୍ସ ଫୋର୍ସ । ଢେଙ୍କାନାଳରେ ଏଭଳି ବନ୍ଧୁକ ଡିଲ୍ ଚାଲୁଥିବା ବେଳେ ଚଢାଉ କରିଛି ଏସଟିଏଫ । ଦୁଇ ଅଭିଯୁକ୍ତଙ୍କ ଠାରୁ ଏସଟିଏଫ ଗୋଟିଏ ପିସ୍ତଲ ସହ ୯ ଟି ଦେଶି ବନ୍ଧୁକ ଜବତ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ କାନ୍ଦି ନାୟକ ଏବଂ ଶ୍ୟମସୁନ୍ଦର ସେଠୀ । ସେମାନଙ୍କୁ ଗିରଫ କରି ପୋଲିସ ପଚାରାଉଚରା ଜାରି ରଖିଛି ।

ଫଟୋ ଦେଖାଇ ଡିଲ ପରେ ବନ୍ଧୁକ ଚାଲାଣ କରୁଥିବା ବେଳେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଏସଟିଏଫ୍ । ତେବେ ମୋଟ ଉପରେ ୨୦୨୦ରୁ ଏପର୍ଯ୍ୟନ୍ତ ଏସଟିଏଫ ୫୬ ବନ୍ଧୁକ ଜବତ କରିବା ସହ ୯୬ ରାଉଣ୍ଡ ଗୁଳି ଜବତ କଲାଣି । ପ୍ରାରମ୍ଭିକ ତଦନ୍ତ ବେଳେ ଜଣାପଡ଼ିଛି ଯେ ଢେଙ୍କାନାଳ ଅଞ୍ଚଳରେ କେତେକ ଅପରାଧୀ ବନ୍ଧୁକ ତିଆରି ଓ ଚୋରା ଚାଲାଣରେ ଲିପ୍ତ ଅଛନ୍ତି । ସେମାନଙ୍କୁ ଧରିବାକୁ ଅଭିଯାନ ଆରମ୍ଭ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।