କନକ ବ୍ୟୁରୋ : କୋଟିପତି ଗଞ୍ଜେଇ ମାଫିଆ ଗିରଫ । କୋଟିପତି ମାଫିଆ ଶରତ ନାଏକଙ୍କୁ ଗିରଫ କଲା ପୋଲିସ । ପାଖାପାଖି ସାଢେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ । ଉଦଳା ଓ କପ୍ତିପଦାରେ ଦୁଇଟି ସ୍ଥାନରେ ସ୍ପେଶାଲ ସ୍କ୍ୱାର୍ଡର ଚଢାଉ କରିଛି । ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଓ ଦାମୀ କାର ଜବତ କରାଯାଇଛି । ପଶ୍ଚିମବଙ୍ଗକୁ ହେଉଥିଲା ଗଞ୍ଜେଇ ଚୋରାଚାଲାଣ ।
ଦୁଇ ବର୍ଷ ହେବ ଜନବସତିରେ ରହି ଗଞ୍ଜେଇ କାରବାର କରି ଆସୁଥିଲା ମାଫିଆ । କେବଳ ନିଜ ଘରେ ନୁହେଁ ଉଦଳାରେ ମଧ୍ୟ ସେ ଏକ ଘର ନେଇ ସେଠାରେ ଗଞ୍ଜେଇ କାରବାର କରୁଥିଲେ । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲେ କପ୍ତିପଦା ଥାନା କୟାଁଖୁଣ୍ଟା ଗ୍ରାମର ଶରତ ନାଏକ । ଗଞ୍ଜେଇ ମାଫିଆ ଶରତର ଏକ ବଡ ରାକେଟ୍ ରହିଥିବା ବେଳେ ସେ କେଉଁଠାରୁ ଗଞ୍ଜେଇ ଆଣୁଥିଲା ଏବଂ କାହାକୁ ବିକ୍ରି କରୁଥିଲା ସେ ବାବଦରେ କୌଣସି ସଠିକ୍ ସୂଚନା ଦେଇନାହିଁ । ତେବେ ଏହି ଗଞ୍ଜେଇ ଜବତ ହେବା ପରେ ଏହା ପଛରେ ଏକ ବଡ ରାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/13-1.jpg)