ହକି ଉଦଘାଟନୀ ହେବ ତାରକା ଖଚିତ ! ମାଟି ତଳୁ ବାହାରିବେ ମାଧୁରୀ, ‘ଦି ଆର୍ଥ’ ସଙ୍ଗରେ ଦେଖାଇବେ ଜଲୱା ।

185

କନକ ବ୍ୟୁରୋ : ହକି ବିଶ୍ୱକପକୁ ଆଉ ମାତ୍ର ୨ ଦିନ । ବିଶ୍ୱକପ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୨୭ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥି ପାଇଁ ବିଦେଶୀ ଦଳ ମଧ୍ୟ ଓଡିଶାରେ ପହଞ୍ଚି ସାରିଲେଣି । ଆଉ କିଛି ଦଳ ଆଜି ସନ୍ଧ୍ୟାରେ ପହଞ୍ଚିବେ । ଖେଳାଳୀଙ୍କର ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସବୁଠାରୁ ବଡ କଥା ହେଲା, ଏହି ଦିନ ଉଦଘାଟନୀ ଉତ୍ସବ ଧମାକେଦାର ହେବାକୁ ଯାଉଛି ।

ଉଦଘାଟନୀ ହେବ ତାରକା ଖଚିତ । ଦ ଆର୍ଥ ସଙ୍ଗ ନାମକ ଡ୍ୟାନସ ବାଲେଟରେ ମାଧୁରୀ ଦୀକ୍ଷିତ ଦେଖାଇବେ ନିଜର କରିଷ୍ମା । ଦି ଆର୍ଥ ସଙ୍ଗର ଥିମ ହେଲା ଏକୀକୃତ ମାନବିକତା । ଏକ ହଜାର ଶହେ କଳାକାରଙ୍କ ସହ ପଫର୍ମ କରିବେ ଧକ ଧକ ଗାର୍ଲ । ୪୦ ମିନିଟ ଧରି ଷ୍ଟେଜରେ ମାଧୁରୀ ଦୀକ୍ଷିତ ଏଗାର ଶହ କଳାକାରଙ୍କ ସହିତ ଅନବରତ ନାଚିବେ । ଦି ଆର୍ଥ ସଙ୍ଗର ନିର୍ଦ୍ଦେଶନା, ସଂଳାପ ରଚନା କରିଛନ୍ତି ନୂୂପୂର ମହାଜନ ।