କନକ ବ୍ୟୁରୋ : ଦମ୍ପତିଙ୍କ ଛାଡ଼ପତ୍ର ନେଇ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଛାଡ଼ପତ୍ର ପାଇଁ ଆବେଦନ କରୁଥିବା ଦମ୍ପତିକୁ କୋର୍ଟ ପଚାରି ପାରିବେନି କାରଣ । ଆପଶବୁଝାମଣାରେ ଛାଡ଼ପତ୍ର ଏକ ବ୍ୟକ୍ତିଗତ ବ୍ୟାପାର । ଏହା କୋର୍ଟଙ୍କ ବ୍ୟାପାର ହୋଇନଥିବାରୁ କାରଣ ପଚାରି ପାରିବେ ନାହିଁ ବୋଲି ଜଷ୍ଟିସ କେକେ ଶଶିଧରନ୍ ଏବଂ ଜଷ୍ଟିସ୍ ଏନ୍. ଗୋକୁଲଦାସଙ୍କ ଏକ ଖଣ୍ଡପୀଠ ଏଭଳି ଏକ ରାୟ ଦେଇଛନ୍ତି । ଯଦି ଦମ୍ପତିଙ୍କ ବୈବାହିକ ଜୀବନ ବିଫଳ ହୋଇଛି ଏବଂ ସେମାନ ଏହାକୁ ଆଗକୁ ବଢ଼ାଇବାକୁ ଚାହୁଁ ନାହାଁନ୍ତି ତେବେ କୋର୍ଟ ଦମ୍ପତିଙ୍କ ସମ୍ବେଦନକୁ ସମ୍ମାନ ଜଣାଇବା ଉଚିତ୍ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ସ୍ଥାନୀୟ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି ।