ମଦ୍ରାସ୍ ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରକୁ ଚୀନ୍ ଭିଡିଓ ମୋବାଇଲ୍ ଆପ୍ ‘ଟିକ୍ ଟକ୍’ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ କହିଛନ୍ତି । କୋର୍ଟଙ୍କ କହିବା ମୁତାବକ ଏହା ଯୁବାବର୍ଗଙ୍କ ଭବିଷ୍ୟତ ତଥା ପିଲାମାନଙ୍କ ମସ୍ତିଷ୍କକୁ ଖରାପ କରୁଛି । ଜଣେ ଆଇନଜୀବୀଙ୍କ ଦ୍ୱାରା ଦିଆଯାଇଥିବା ଏକ ଯାଚିକାର ଶୁଣାଣୀ କରିବାକୁ ଯାଇ ନ୍ୟାୟାଳୟର ମଦୁରେ ପୀଠ ତରଫରୁ ବୁଧବାର କେନ୍ଦ୍ର ସରକାରଙ୍କୁ ଭାରତରେ ଏହି ଆପ୍ ଡାଉନଲୋଡ୍ କରିବା ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଆଦେଶ ଜାରୀ କରିଛନ୍ତି । ଗଣମାଧ୍ୟମକୁ ମଧ୍ୟ ଏହି ଆପ୍ ଜରିଆରେ ପ୍ରସ୍ତୁତ ହୋଇଥିବା ଭିଡିଓକୁ ପ୍ରସାରଣ ନ କରିବା ପାଇଁ କୁହାଯାଇଛି । /kanak/media/post_attachments/wp-content/uploads/2019/04/tiktok-1280x720-300x169.jpg)
ନ୍ୟାୟାଳୟ କହିବାନୁସାର, ‘ଟିକ୍ ଟକ୍’ ଦ୍ୱାରା ଅଭଦ୍ର କଣ୍ଟେଣ୍ଟ ବ୍ୟବହାର କରାଯାଉଛି । ଯାହାକୁ ରୋକିବା ସରକାରଙ୍କ ଏବଂ ସମାଜର ଗୁରୁଦାୟିତ୍ୱ ଅଟେ । ଏହା ପୂର୍ବରୁ ତାମିଲନାଡୁର ସୁଚନା ପ୍ରଦ୍ୟୋଗିକ ମନ୍ତ୍ରୀ ଏମ୍.ମନିକାନ୍ଦନ କହିଥିଲେ ରାଜ୍ୟ ଏହି ଆପକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ପତ୍ର ଲେଖିବ । ଟିକ୍ ଟକ୍ ଆପ୍ ୟୁଜରଙ୍କୁ ସର୍ଟ ଭିଡିଓ ସୁଟ୍ କରିବା ଏବଂ ଏହାକୁ ଅନ୍ୟ ଲୋକଙ୍କ ସହ ସେୟାର୍ କରିବାକୁ ମଧ୍ୟ ସୁବିଧା ଦେଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/TikTok.jpg)