ଆମ୍ବ କୋଇଲି ଔଷଧୀୟ ଗୁଣରେ ଭରପୁର । ଏହାର ସେବନ ଅନେକ ରୋଗ ଠାରୁ ଦୂରେଇ ରଖେ ।

486

କନକ ବ୍ୟୁରୋ: ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆଉ  କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ ।ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମ୍ବ କୋଇଲି ଔଷଧୀୟ ଗୁଣରେ ଭରପୁର ହୋଇ ରହିଥାଏ । ଏହାର ସେବନରେ ଅନେକ ବଡବଡ ରୋଗରୁ ମୁକ୍ତି । 

ଆମ୍ବ କୋଇଲି ନିୟମିତ ସେବନ କରିବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲରୁ ଉପଶମ ମିଳିଥାଏ । ଏଥିରେ ଥିବା ତତ୍ତ୍ୱ କଲେଷ୍ଟ୍ରଲ ଠାରୁ ଦୂରେଇ ରଖିଥାଏ । ସେଥିପାଇଁ ନିୟମିତ ସକାଳୁ ଆମ୍ବ କୋଇଲି ବା ଟାକୁଆ ସେବନ କରିପାରିବେ କିମ୍ବା ବଜାରରେ  ମିଳୁଥିବା ଏହାର ରେଡିମେଡ୍ ପାଉଡରକୁ ମଧ୍ୟ ସେବନ କରିପାରିବେ । 

 ମଧୁମେହ ରୋଗୀଙ୍କୁ ପାଇଁ ଆମ୍ବ କୋଇଲି ଖୁବ୍ ହିତକର । ନିୟମିତ ସକାଳୁ ଆମ୍ବ କୋଇଲି ଓ ଉଷୁମ ପାଣି ସେବନ କରିବା ଦ୍ୱାରା ମଧୁମେହ ସମସ୍ୟା ଦୂର ହୋଇଥାଏ । 

 ମହିଳା ମାନଙ୍କ ମାସିକ ଧର୍ମରେ ସମସ୍ୟା ଥିଲେ ମଧ୍ୟ ଏହାର ପାଉଡରକୁ ସେବନ କଲେ ବେଶ୍ ଲାଭ ମିଳିଥାଏ । ଏହି ସମସୟରେ ପେଟରେ ଭାରି ଯନ୍ତ୍ରଣା ଓ ଏଥିରେ ଅନିୟମିତତା ସମସ୍ୟାକୁ ଦୂରେଇବାରେ କୋଇଲି ବେଶ୍ ସହାୟକ ।

ଆମ୍ବ କୋଇଲି ହାର୍ଟ ଆଟାକରୁ ମଧ୍ୟ ସୁରକ୍ଷିତ ରଖିଥାଏ । କୋଲେଷ୍ଟ୍ରଲ ରୋଗୀମାନେ ଆମ୍ବ କୋଇଲି ସେବନ କରିବା ଦ୍ୱ।।ରା ହାର୍ଟ ଆଟାକ ସମସ୍ୟା ମଧ୍ୟ ଦୂୁରେଇ ଯାଏ । 

ଆମ୍ବ କୋଇଲିରେ କ୍ୟାଲସିୟମ ରହିଥିବା କାରଣରୁ ହାଡକୁ ମଜବୁତ କରିବା ସହ ଦାନ୍ତ ମାଢିକୁ ମଧ୍ୟ ମଜବୁତ ରଖେ ।