ନିକଟରେ ମଧ୍ୟପ୍ରଦେଶରେ କନେଷ୍ଟବଳ ପଦବୀ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଏହି ସମୟରେ ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରକ୍ରିୟା ଚାଲିଥିବା ସମୟରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା । ପ୍ରତିଯୋଗୀଙ୍କ ମଧ୍ୟରେ ସବୁ ବର୍ଗର ପିଲା ଥିଲେ । କିନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନୁସୂଚିତ ଜାତି ଏବଂ ଜନଜାତିର ପ୍ରତିଯୋଗୀଙ୍କ ଦେହରେ କଲମରେ ଏସସି ଏବଂ ଏସଟି ଲେଖି ଦିଆଗଲା । ଏହି ମାମଲା ଉଗ୍ର ରୂପ ଧରିବାରୁ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ ଏହାର ଜାଞ୍ଚ୍ କରିବାକୁ ଆଦେଶ ନେଇଛନ୍ତି ।
धार में आरक्षकों की भर्ती में उत्पन्न हुई विवादास्पद स्थिति की जानकारी मिली है। इस मामले की वस्तुस्थिति जानने के लिए जांच के आदेश दे दिए गए हैं।
— Bhupendra Singh (@bhupendrasingho) April 29, 2018
ମଧ୍ୟପ୍ରଦେଶର ଧାର ଜିଲ୍ଲାରେ କନେଷ୍ଟବଳଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିକଟରେ ଏହି ଜିଲ୍ଲାରେ କନେଷ୍ଟବଳ ପଦବୀ ପାଇଁ ବିଭିନ୍ନ ପରୀକ୍ଷଣ ଚାଲିଥିବାବେଳେ ଏଭଳି ଦୃଶ୍ୟ ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଅସନ୍ତୋଷ ଆଣିଦେଇଥିଲା ।/kanak/media/post_attachments/wp-content/uploads/2018/04/Capture-4-300x149.jpg)
ଏହି ପ୍ରତିଯୋଗୀଙ୍କ ଶାରିରୀକ ପରୀକ୍ଷଣ ଜିଲ୍ଲା ଡାକ୍ତରଖାନାରେ ହେଉଥିବାବେଳେ ଏସସି ଏବଂ ଏସଟି ବର୍ଗର ପ୍ରତିଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ଡାକ୍ତରଖାନା ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/sc_st_news_1525019009_618x347.jpeg)