ମଧ୍ୟପ୍ରଦେଶ ଉଜ୍ଜେନ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଶେଷରେ ଗିରଫ କଲା ପୋଲିସ

110

କନକ ବ୍ୟୁରୋ: ଗିରଫ ହେଲା ଅଭିଯୁକ୍ତ । ମଧ୍ୟପ୍ରଦେଶର ଉଜ୍ଜେନର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନି ଗିରଫ । ପୋଲିସ ହେପାଜତରୁ ଖସି ଯିବାକୁ ଉଦ୍ୟମ କରୁଥିଲା । ହେଲେ ଏବେ ସେ ଆହତ ହୋଇଛି । ନାବାଳିକା ଝିଅଟି ଦୁଷ୍କର୍ମର ଶିକାର ପରେ ଅସହାୟ ଅବସ୍ଥାରେ ସହାୟତା ପାଇଁ ଘର ଘର ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ସିସିଟିଭି ଫୁଟେଜରୁ ପୁଲିସ ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଛି ।