କାହ୍ନା ଅଭୟାରଣ୍ୟ ଫେରିଯିବ ବାଘୁଣୀ ସୁନ୍ଦରୀ: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ; କହିଲେ, ସାତକୋଶିଆ ସ୍ଥିତି ସ୍ୱାଭାବିକ ନହେବା ଯାଏ ନହେଉ ବାଘ ସ୍ଥାନାନ୍ତରଣ

କାହ୍ନା ଅଭୟାରଣ୍ୟ ଫେରିଯିବ ବାଘୁଣୀ ସୁନ୍ଦରୀ: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ; କହିଲେ, ସାତକୋଶିଆ ସ୍ଥିତି ସ୍ୱାଭାବିକ ନହେବା ଯାଏ ନହେଉ ବାଘ ସ୍ଥାନାନ୍ତରଣ

କନକ ବ୍ୟୁରୋ: କାହ୍ନା ଅଭୟାରଣ୍ୟ ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । କହିଲେ, ଏତେ ଛୋଟ ଏକକ୍ଲୋଜରରେ ରହିପାରିବନି ବାଘୁଣୀ । ତୁରନ୍ତ ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା ସେଂଟରରେ ଛଡାଯାଉ । ଜଙ୍ଗଲୀ ସ୍ୱଭାବ ଫେରେଇ ଆଣିବାକୁ ଚେଷ୍ଟା କରାଯାଉ ଓ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳରେ ଥଇଥାନ କରିବାକୁ ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ କତୃପକ୍ଷଙ୍କ ଗାଇଡଲାଇନ ଅନୁସାରେ ସସାତକୋଶିଆ ସ୍ଥିତି ସ୍ୱାଭାବିକ ନହେବା ଯାଏ ବାଘ ସ୍ଥାନାନ୍ତରଣ ହେବନି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମଧ୍ୟପ୍ରଦେଶ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe