ମଧ୍ୟପ୍ରଦେଶରେ ବିଜେପି ନେତା ଜଣେ ଆଦିବାସୀଙ୍କ ଉପରେ ପରିଶ୍ରା କରିବା ଘଟଣା, ୩ଦିନରେ ବଦଳିଗଲା ଅତ୍ୟାଚାରରେ ଶିକାର ହୋଇଥିବା ଦଶମତଙ୍କ ଭାଗ୍ୟ

8,024

କନକ ବ୍ୟୁରୋ : ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ପରିଶ୍ରା କରିବା ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ପରବେଶ ଶୁକ୍ଲା ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିଲେ । ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜନୀତିରେ ବୟାନ ବାଜି ଦେଖିବାକୁ ମିଳିଥିଲା । ବିରୋଧୀମାନେ ବିଜେପି ସରକାରଙ୍କୁ ଘେରିଥିଲେ । ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଆଦିବାସୀ ଯୁବକଙ୍କ ବାପା ଦଶମତଙ୍କ ପାଦ ଧୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ପୁଣି ଶୁକ୍ରବାର ଯେତେବେଳେ ଦଶମତ ଘରକୁ ଫେରିଛନ୍ତି ତାଙ୍କ ହୁଲିଆ ବଦଳି ଯାଇଛି । ଜଣେ ସେଲିବ୍ରେଟୀଙ୍କୁ ଯେଭଳି ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମେ ତାଙ୍କ ଘର ସମାନାରେ ମଧ୍ୟ ସେମିତି ଭିଡ଼ ଲାଗିଛି । ସରକାରୀ ଗାଡ଼ିରେ ଦଶମତ ଘରେ ଆସି ପହଞ୍ଚିଛନ୍ତି । ଏହି ତିନି ଦିନ ମଧ୍ୟରେ ଦଶମତ ସମ୍ପୂର୍ଣ୍ଣ ବଦଳି ଯାଇଥିବା ଭଳି ଦେଖା ଯାଉଛନ୍ତି । ସେ ନୂଆ ପୋଷାକ ପିନ୍ଧିଥିବାବେଳେ କେଶକୁ ସୁନ୍ଦର ଭାବେ ସଜାଇଛନ୍ତି । କାରରୁ ଯେତେବେଳେ ସେ ଓହ୍ଲାଇଥିଲେ ତାଙ୍କ ପତ୍ନୀ ପାଦ ଛୁଇଁଥିଲେ ଓ ପରେ ଆଲିଙ୍ଗନ କରି କାନ୍ଦି ପକାଇଥିଲେ । ତେବେ ସେ ସରକାରୀ ଗାଡ଼ିରେ ଯିବାବେଳେ ଯେଭଳି ଦିଶୁଥିଲେ ଆସି ଫେରିବା ପରେ ତାଙ୍କ ଷ୍ଟାଇଲ ବଦଳି ଯାଇଥିବା ଲୋକେ କହୁଛନ୍ତି ।

() ଜୁଲାଇ ୪ ତାରିଖରେ ପରବେଶ ଶୁକ୍ଲା ମଦ୍ୟପାନ କରି ପରିଶ୍ରା କରୁଥିବାର ଭିଡିଓ ନଜରକୁ ଆସିଥିଲା । ତାଙ୍କୁ ଦଣ୍ଡ ଦିଆଯାଉ ବୋଲି ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଥିଲା । ପରେ ପୁଲିସ ଯୁବକଙ୍କୁ ଗିରଫ କରିବା ସହ ଜେଲ ପଠାଇଛି । ଏହି ଘଟଣାକୁ ନେଇ ମଧ୍ୟ୍ରଦେଶ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଥିଲା । ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ବିରୋଧୀ । ପରେ ମୁଖ୍ୟମନ୍ତ୍ରୀ ପିଡ଼ିତଙ୍କ ବ।।ଙ୍କ ପାଦ ଧୋଇଥିବା ଦେଖିବାକୁ ମିଳିଥିଲା ।