ମଧ୍ୟପ୍ରଦେଶ ଦାମୋହରେ ଥିବା ବସ୍ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୭ଟି ବସ୍ , କାରଣ ଅସ୍ପଷ୍ଟ

72

କନକ ବ୍ୟୁରୋ : ବିଳମ୍ବିତ ରାତ୍ରରେ ମଧ୍ୟପ୍ରଦେଶର ଦାମୋହସ୍ଥିତ ଏକ ବସ୍‌ଷ୍ଟାଣ୍ଡ୍‌ରେ ଅଗ୍ନିକାଣ୍ଡ ଘଟି ସାତଟି ବସ୍‌ ପୋଡ଼ିଯାଇଛି । ଗୋଟିଏ ପରେ ଗୋଟିଏ ବସ୍‌କୁ ନିଆଁ ଡେଇଁବାରୁ କ୍ଷଣିକରେ ୭ଟିଯାକ ବସ୍‌ ପୋଡ଼ିଗଲା ।

ଚିଫ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଫ୍‌ ପୋଲିସ୍‌ ଅଭିଷେକ ତିଓ୍ଵାରିଙ୍କ କହିବା ଅନୁସାରେ, ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ନିଆଁ ଲାଗିଥିବାର ସୂଚନା ପାଇବା କ୍ଷଣି ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ‘ଫାୟାର୍‌ ବ୍ରିଗେଡ୍‌’ ସହାୟତାରେ ନିଆଁ ଲିଭାଇ ଦିଆଯାଇଛି । ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ । ଏହି ଘଟଣା ସମ୍ବନ୍ଧରେ ତଦନ୍ତ କରାଯିବ ।

ନିଆଁ ଲାଗିଥିବା କଥା ପ୍ରଥମେ ଦେଖି ପୁଲିସକୁ ସୂଚନା ଦେଇଥିବା ଇମ୍ରାନ୍‌ ଖାଁ ନାମରେ ସେଠାକାର ଜଣେ ଚା ଦୋକାନୀ କହନ୍ତି, ଅଭୂତପୂର୍ବ ବେଗରେ ନିଆଁ ଚରିଯାଉଥିଲା । ଅଗ୍ନିଶିଖା ଦେଖିବା କ୍ଷଣି ମୁଁ ତୁରନ୍ତ ପୁଲିସକୁ ଫୋନ୍‌ କଲି । ନିଆଁ ପ୍ରଖର ବେଗରେ ଚରି ଯାଉଥିଲା। ମାତ୍ର ୧୦ ମିନିଟ୍‌ ମଧ୍ୟରେ ଏହି ଗାଡ଼ି ସବୁ ପୋଡ଼ିଗଲା ।