ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଡାକ୍ତରଙ୍କ ଖାମଖିଆଲପଣର ଏକ ବଡ ମାମଲା ସାମ୍ନାକୁ ଆସିଛି । ଏଠାକାର ଡାକ୍ତରଖାନାରେ ଡାକ୍ତର ଜଣେ ବୃଦ୍ଧଙ୍କୁ ମୃତ ଘୋଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇଥିôବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜୀବିତ ଥିବା ଜଣେ ବୃଦ୍ଧଙ୍କୁ କିଭଳି ଡାକ୍ତର ମୃତ ଘୋଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ ଏନେଇ ଏବେ ତିକ୍ତତା ସୃଷ୍ଟି ହୋଇଛି । ପୋଲିସ୍ ସୂଚନା ମୁତାବକ , କାଶୀରାମ୍ ନାମକ ଜଣେ ବୃଦ୍ଧଙ୍କ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା । ଗୁରୁବାର ଜିଲ୍ଲା ଡାକ୍ତର ଅଭିନାଶ ସକ୍ସେନା ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା ଯେ କାଶୀରାମ ସୋନୀ (୭୨) ଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା ।

Advertisment

କିନ୍ତୁ ପୋଷ୍ଟମର୍ଟମ୍ ପାଇଁ ଯେତେବେଳେ ଇନସ୍ପେକ୍ଟର ଅନିଲ୍ ମୋର୍ଯ୍ୟ ପହଁଚିଥିଲେ ବୃଦ୍ଧଙ୍କ ନିଶ୍ୱାସପ୍ରଶ୍ୱାସ ଚାଲୁଥିବା ଦେଖି ତକ୍ରାଳ ବୃଦ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଏବଂ ଚିକିତ୍ସା ଆରମ୍ଭ ହୋଇଥିଲା । ତେବେ ଚିକିତ୍ସା ସମୟରେ ହିଁ ଶୁକ୍ରବାର ୧୦.୨୦ ସମୟରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସଆର ରୋଶନ୍ ଏହି ଘଟଣାରେ ଡାକ୍ତରଙ୍କୁ ଖାମଖିଆଲ ଭାବକୁ ଦର୍ଶାଇଛନ୍ତି ଏବଂ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।