ବିବାହ କାର୍ଡରେ ସିଏଏ ବାର୍ତ୍ତା : ସିଏଏକୁ ସମର୍ଥନ କରି ବିବାହ କାର୍ଡରେ “ଆଇ ସର୍ପୋଟ୍ ସିଏଏ” ଛପାଇଲେ ଯୁବକ , କାର୍ଡକୁ ନେଇ ଚର୍ଚ୍ଚା ।

108

ନାଗରିକ ସଂଶୋଧନ ଆଇନ୍ କୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଥିବା ବେଳେ କିଛି ସ୍ଥାନରେ ସିଏଏକୁ ସମର୍ଥନ ମଧ୍ୟ ମିଳୁଛି । ବର୍ତ୍ତମାନ ସିଏଏକୁ ସମର୍ଥନ ଜଣାଇ ମଧ୍ୟପ୍ରଦେଶର ଜଣେ ଯୁବକ ନିଜ ବିବାହ କାର୍ଡରେ “ଆଇ ସର୍ପୋଟ୍ ସିଏଏ” ଛପାଇ ଚର୍ଚ୍ଚା ସାଉଁଟିଛନ୍ତି । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଯୁବକ ହେଉଛନ୍ତି ପ୍ରଭାତ । ଜାନୁଆରୀ ୧୮ ତାରିଖରେ ତାଙ୍କ ବାହାଘର । ବିବାହ କାର୍ଡ ଜରିଆରେ ସେ ଜନସାଧାରଣଙ୍କୁ ସିଏଏ ସମର୍ଥନ କରୁଥିବା କହିଥିବା ବେଳେ , ଲୋକଙ୍କ ମଧ୍ୟରେ ସିଏଏକୁ ନେଇ ଲାଗିଥିବା ଦ୍ୱନ୍ଦ ଦୂର କରିବାକୁ ଚେଷ୍ଟା କରିଛନ୍ତି । ନାଗରିକତା ସଂଶୋଧନ ଆଇନ୍ କ’ଣ ଏହାର ଲାଭ ବିଷୟରେ ସେ ଜନସାଧାରଣଙ୍କୁ ବିବାହ କାର୍ଡ ମାଧ୍ୟମରେ ସଚେତନତା ଦେଇଥିବା କଥା କହିଛନ୍ତି । ଏଭଳି କରିବା ପଛରେ ପ୍ରଭାତଙ୍କ ଉଦ୍ଦେଶ୍ୟ ଥିଲା ଯେ , ଲୋକମାନେ ସିଏଏର ସମ୍ପୁର୍ଣ୍ଣ ତଥ୍ୟ ଯେଭଳି ଜାଣିବେ । ଯେଉଁଥିରେ ପାକିସ୍ତାନ , ଆଫଗାନିସ୍ତାନ ଏବଂ ବାଙ୍ଗଲାଦେଶର ପୀଡିତ ଶରଣାର୍ଥୀଙ୍କୁ ନାଗରିକତା ଦେବା କଥା କୁହାଯାଇଛି । ତେବେ ଏହି ଆଇନ୍ ଉପରେ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ କିଛି ସ୍ଥାନରେ ହିଂସା ମଧ୍ୟ ଦେଖାଯାଇଛି ।

ନାଗରିକ ସଂଶୋଧନ ଆଇନ୍ କ’ଣ ?

ନାଗରିକତା ଅଧିନିୟମ , ୧୯୫୫ ରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ନାଗରିକ ସଂଶୋଧନ ବିଲ୍ ନେଇ ଆସିଥିଲେ । ଏହି ବିଲ୍ କୁ ସଂସଦରେ ପାସ୍ କରାଗଲା ଏବଂ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଏହି ଆଇନ୍ ଲାଗୁ ହୋଇଥିଲା । ଏହା ସହ ଏବେ ପାକିସ୍ତାନ , ଆଫଗାନିସ୍ତାନ , ବାଙ୍ଗଲାଦେଶରୁ ଆସୁଥିବା ହିନ୍ଦୁ , ବୌଦ୍ଧ , ଜୈନ , ଶିଖ୍ , ଇସାଇ , ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିବାରେ ସହଜ ହେବ । ଏବେ ପର୍ଯ୍ୟନ୍ତ ତାଙ୍କୁ ଅବୈଧ ଶରଣାର୍ଥୀ ବୋଲି ମନେ କରାଯାଉଥିଲା ।