ମଧ୍ୟପ୍ରଦେଶରେ ମହାନାଟକ ଜାରି : ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର,ରାତିରେ ରାଜ୍ୟପାଳଙ୍କୁ ଭେଟିଲେ କମଳନାଥ

ମଧ୍ୟପ୍ରଦେଶରେ ମହାନାଟକ ଜାରି : ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର,ରାତିରେ ରାଜ୍ୟପାଳଙ୍କୁ ଭେଟିଲେ କମଳନାଥ

ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନ ଆଜି କମଲନାଥ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦେଶ ଦେଇଥିଲେ ହେଁ କରୋନା ଭାଇରସ ଭୟ ଯୋଗୁ ବାଚସ୍ପତି ଗୃହକୁ ୨୬ ତାରିଖ ଯାଏ ମୁଲତବୀ ଘୋଷଣା କରିଛନ୍ତି। ଏହାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରାଯାଇଛି। ଏଥିରେ ୨୪ଘଣ୍ଟା ଭିତରେ ଫ୍ଲୋର୍ ଟେଷ୍ଟ କରାଇବାକୁ ଦାବି ହୋଇଛି । ଏଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ୍ ସମସ୍ତ ବିଜେପି ବିଧାୟକଙ୍କ ସହ ରାଜ୍ୟପାଳଙ୍କୁ ଭେଟୁଥିବାର ଜଣାଯାଇଛି।

publive-image

ଆଜି ମଧ୍ୟପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ରାଜ୍ୟପାଳ ଏକ ନାଟକୀୟ ଢଙ୍ଗରେ ସେ କେବଳ ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଉଦବୋଧନ କାଗଜର ପ୍ରଥମ ଓ ଶେଷ ଧାଡ଼ି ପଢ଼ି ଗୃହରୁ ଚାଲିଯାଇଥିଲେ। ଏହାପରେ ବିଜେପି ବିଧାୟକମାନେ ଫ୍ଲୋର ଟେଷ୍ଟ କରିବାକୁ ଦାବି କରିଥିଲେ ହେଁ କଂଗ୍ରେସ ସରକାର ଏଥିରେ ରାଜି ହୋଇ ନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୋବିନ୍ଦ ସିଂହ ଗୃହକୁ ମୁଲତବୀ କରିବାକୁ ଦାବି କରିଥିଲେ। ଶ୍ରୀ ସିଂହଙ୍କ ଦାବିକୁ ଗ୍ରହଣ କରି ବାଚସ୍ପତି ଗୃହକୁ ୨୬ ତାରିଖ ଯାଏ ମୁଲତବୀ ଘୋଷଣା କରିଥିଲେ।

publive-image

ସୂଚନାଯୋଗ୍ୟ, ଗତ ସପ୍ତାହରେ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ୧୫ ମାସର କମଲ ନାଥ ସରକାର ସଂକଟରେ ପଡ଼ିଯାଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବା ପରେ ତାଙ୍କ ସମର୍ଥକ ବିଧାୟକ ଏବଂ ମନ୍ତ୍ରିମଣ୍ଡଳର ୬ ଜଣ ସଦସ୍ୟ ଇସ୍ତଫା ଦେଇଥିଲେ। ଏବେ କମଳନାଥଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଛି ବୋଲି ଅଭିଯୋଗ କରିଛନ୍ତି ଶିବରାଜ ସିଂହ ଚୌହାନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe