ବର୍ତ୍ତମାନ ଚାରିଆଡେ ଜମାଟୋ ବିବାଦକୁ ନେଇ ବାତାବରଣ ଖୁବ୍ ଗରମ ହୋଇରହିଛି । ଖାସ୍ କରି ସୋସିଆଲ୍ ମିଡିଆରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଜବଲପୁରରେ ଜଣେ ବ୍ୟକ୍ତି ଜମାଟୋରୁ ଖାଦ୍ୟ ଅର୍ଡର କରିବାପରେ ଏହାକୁ ଏକ ଧାର୍ମିକ କାରଣ ପାଇଁ ବାତିଲ କରିବାରୁ ଏବେ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରିଛି। । ଅମିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଜମାଟୋରୁ ଖାଦ୍ୟ ଅର୍ଡର କରିଥିଲେ।

Advertisment

publive-image

ତେବେ ଜଣେ ଅଣହିନ୍ଦୁ ଜମାଟୋ ବୟ ଖାଦ୍ୟ ନେଇ ପହଂଚୁଥିବା ଜାଣିବା ପରେ ସେ ଖାଦ୍ୟ ଗ୍ରହଣ କରିନଥିଲେ। ସେ ଅର୍ଡର ବାତିଲ କରିବାକୁ କହିଥିଲେ। କିନ୍ତୁ ଜମାଟୋ ପକ୍ଷରୁ କୁହାଯାଇଥିଲା , ଡେଲିଭରି ବଏ ବଦଳାଯାଇ ପାରିବ ନାହିଁ କି ଅର୍ଡର ବାତିଲ କଲେ ଟଙ୍କା ବି ଫେରସ୍ତ ଦିଆଯିବନି। ଖାଦ୍ୟର କୌଣସି ଧର୍ମ ନାହିଁ। ଖାଦ୍ୟ ନିଜେ ଏକ ଧର୍ମ ବୋଲି ଜମାଟୋ ଟ୍ବିଟ୍ କରିଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଜବଲପୁର ପୁଲିସ ଏହି ମାମଲାରେ ଅମିତ ଶୁକ୍ଳାଙ୍କୁ ନୋଟିସ୍ କରିଛି ଏବଂ ତାଙ୍କଠାରୁ ଜବାବ ମାଗିଛି।

publive-image

ତେବେ ଅମିତ ଶୁକ୍ଳାଙ୍କ ଟ୍ବିଟର ପୋଷ୍ଟ୍ ପାଇଁ ସେ କଡ଼ା ସମାଲୋଚନାର ଶିକାର ହେବାପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଏଠି ମୋ ବ୍ୟକ୍ତିଗତ ଧର୍ମ ଉପରେ ପ୍ରଶ୍ନ ଉଠୁଛି। ଏହାକୁ ସମ୍ମାନ ଦେବା ଉଚିତ୍। ପବିତ୍ର ଶ୍ରାବଣ ମାସ ହୋଇଥିବାରୁ ମୁଁ ଏକ ନିରାମିଶ ରେସ୍ତୋରାଁରୁ ଖାଦ୍ୟ ଅର୍ଡର କଲି। ମୁଁ କେବଳ ଜମାଟୋକୁ ଅନୁରୋଧ କରିଥିଲି ଡେଲିଭରି ବଏ ବଦଳାଇବାପାଇଁ। ଏହା କେଉଁ ଦୃଷ୍ଟିରୁ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି।