ଦେଶର ସବୁଠୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ହନିଟ୍ରାପ୍ । ଯୁବତୀଙ୍କ ଫାସରେ ପଡିଥିଲେ ନେତା ଆଉ ଅଫିସର । ଅଶ୍ଲୀଳ ଭିଡିଓ କରି ଲୁଟୁଥିଲେ ଟଙ୍କା ।

575

କନକ ବ୍ୟୁରୋ: ସେପ୍ଟେମ୍ବର ୨୦୧୯,  ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର ଜଣେ ଇଂଜିନିୟର ପୋଲିସ ପାଖରେ ଗୋଟିଏ ଏଫଆଇଆର୍ ଦାୟର କରିଥିଲେ । ଆଉ ଜଣେ ଯୁବତୀ ତାଙ୍କ ଅଶ୍ଲୀଳ ଭିଡିଓ ଦେଖାଇ ତାଙ୍କୁ ୩ କୋଟି ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ଏହି ବହୁଚର୍ଚ୍ଚିତ ହନିଟ୍ରାପର କାହାଣୀ ..

ଜଣେ ସରକାରୀ ଇଂଜିନିୟରଙ୍କ ପାଖରୁ ଏଭଳି ଅଭିଯୋଗ ପାଇବା ପରେ ଛାନଭିନ୍ କରିବା ଆରମ୍ଭ କରିଦେଇଥିଲା ମଧ୍ୟପ୍ରଦେଶ ପୋଲିସ । ଏହି ଘଟଣାରେ ପୋଲିସ ଆରତୀ ଦୟାଲ ନାମକ ଜଣେ ଯୁବତୀକୁ ଗିରଫ ମଧ୍ୟ କରିଥିଲା । ହେଲେ ଏହି ହନିଟ୍ରାପ୍ ପଛର ଥିବା ଲମ୍ବା ଚେରକୁ ପୋଲିସ ଯେତେବେଳେ ଜାଣିବାକୁ ପାଇଲା ସେତେବେଳେ ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ । କାହିଁକି ନାଁ ମଧ୍ୟପ୍ରଦେଶର ପ୍ରାୟ ୧୨ ଜଣ ସିନିୟର ଅଫିସର ଓ ୮ ଜଣ ପୂର୍ବତନ ମନ୍ତ୍ରୀ ଏଭଳି ହନିଟ୍ରାପର ଶିକାର ହୋଇଥିଲେ । ଆଉ ତାଙ୍କର ଅଶ୍ଲୀଳ ଭିଡିଓ ତିଆରି କରି ଏହି ଗ୍ୟାଙ୍ଗ ତାଙ୍କଠୁ କୋଟି କୋଟି ଟଙ୍କା ଲୁଟ୍ କରିଥିଲା ।

ମଧ୍ୟପ୍ରଦେଶ ପୋଲିସ ଏହି ଘଟଣାର ମୂଳକୁ ଯିବାକୁ ସେତେବେଳେ ଏସଆଇଟି ଗଠନ କରିଥିଲା । ଆଉ ଏସଆଇଟି ଏହାର ତଦନ୍ତ କରିବା ସହିତ ଗ୍ୟାଙ୍ଗର ମୁଖ୍ୟ ଶ୍ୱେତା ବିଜୟ ଜୈନ ନାମକ ଜଣେ  ଯୁବତୀକୁ ଗିରଫ କରିଥିଲା । ପରେ ପରେ ଏହି ଘଟଣାରେ ଆହୁରି ଅନେକ ଚେହେରା ସାମ୍ନାକୁ ଆସିଥିଲେ । ଯେଉଁ ମାନେ ନିଜର ରୂପକୁ ଦେଖାଇ ମନ୍ତ୍ରୀ, ନେତାମାନଙ୍କୁ କଳାକନା ବୁଲାଇବା ସହିତ ସେମାନଙ୍କଠୁ କୋଟି କୋଟି  ଟଙ୍କା ହରଣଚାଲ କରୁଥିଲେ ।

ଏହି ଗ୍ୟାଙ୍ଗର ମୁଖ୍ୟ ଥିଲା ଶ୍ୱେତା ବିଜୟ ଜୈନ ନାମକ ଜଣେ ଯୁବତୀ । ଯିଏ ନେତା,ମନ୍ତ୍ରୀ ଆଉ ଅଫିସରମାନଙ୍କ ସହିତ ଭଲ ସଂପର୍କ ରଖିବା ସହିତ ସେମାନଙ୍କ ଦେହର ଭୋକ ମେଂଟାଇବା ପାଇଁ ଅନେକ ଯୁବତୀଙ୍କୁ ଭେଟିଦେଉଥିଲା । ହେଲେ ସମୟ ବଢିବା ସହିତ ସେ ଏହି ବଡ ଚେହେରା ମାନଙ୍କର ଅନ୍ତରଙ୍ଗ ମୁହୁର୍ତର ଭିଡିଓକୁ ସେ ସିକ୍ରେଟ୍ କ୍ୟାମେରାରେ କଏଦ କରିଦେଇଥିଲା । ଯାହାକୁ ନେଇ ସେ ସେମାନଙ୍କୁ ବ୍ଲାକମେଲ୍ କରିବା ସହିତ ସେମାନଙ୍କଠୁ ମନଇଚ୍ଛା ଟଙ୍କା ଆଦାୟ କରୁଥିଲା । ଦୀର୍ଘ ବର୍ଷ ଧରି ଏଭଳି କାରନାମାରେ କରିବା ପରେ ବି ପୋଲିସ ଏହି ଘଟଣାର ଟେର୍ ପାଇନଥିଲା ।

ସେହି ଚାଲରେ ଆରତୀ ଦୟାଲ ନାମକ ଯୁବତୀ, ମ୍ୟୁନିସିପାଲ ଇଂଜିନିୟର ହରଭଜନ ସିଂହଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ । ଆଉ ତାଙ୍କ ଅଶ୍ଲୀଳ ଭିଡିଓ ଦେଖାଇ ତାଙ୍କୁ ୩ କୋଟି ଟଙ୍କା ମାଗିଥିଲେ । ହେଲେ ହରଭଜନ ଏହି ହନିଟ୍ରାପକୁ ଜାଣିବା ସହିତ ପୋଲିସ ପାଖରେ ଏଫଆଇଆର ଦାୟର କରିଥିଲେ । ଯେଉଁଠୁ ଏହି ମଧ୍ୟପ୍ରଦେଶ ହନିଟ୍ରାପ ଘଟଣା ପଦାକୁ ଆସିବା ସହିତ ଅନେକ ୪୨୦ ଯୁବତୀ ଗିରଫ ହୋଇଥିଲେ । ସବୁଠୁ ଗୁରୁତ୍ୱପୂଣ୍ଣ କଥା ହେଉଛି, ଗୋଟିଏ ରାଜ୍ୟର ନେତା, ମନ୍ତ୍ରୀ ଓ ଅଫିସରମାନେ ଏଭଳି ହନିଟ୍ରାପର ଶିକାର ହୋଇ ଅନେକ ସରକାରୀ କାଗଜପତ୍ରରେ ସାଇନ୍ କରିଦେଇଥିଲେ । ଏଥିରେ ଅନେକ ସରକାରୀ ଟେଣ୍ଡର ସହ ବିଭିନ୍ନ ଗୁରୁତ୍ୱପୂଣ୍ଣ କାଗଜପତ୍ର ମଧ୍ୟ ରହିଥିଲା ।