ପିଶାଚ ସାଜିଲା ନର ରାକ୍ଷସ । ଦୁଷ୍କର୍ମ ପରେ କଲା ଏମିତି କାଣ୍ଡ, ପୋଲିସ ବି ହୋଇଗଲା ଚକିତ

2,125

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ନିର୍ଭୟା କାଣ୍ଡ ପରେ ଦେଶରେ ଦୁଷ୍କର୍ମକୁ ନେଇ କଠୋଇ ଆଇନ ଲାଗୁ କରାଯାଇଥିଲେ ବି ଏହା ପୁରୁଷ ତାନ୍ତ୍ରିକ ସମାଜର କାମୁକ ପୁରୁଷମାନଙ୍କ ଉପରେ ସେମିତି କିଛି ପ୍ରଭାବ ପକାଉଥିବା ନଜର ହେଉନାର୍ହି । ସବୁଠାରୁ ବଡକଥା ଏବେ କାମୁକ ପୁରୁଷମାନଙ୍କ ଟାର୍ଗେଟରେ ରହୁଛନ୍ତି କମ ବୟସର କିଶୋରୀ ।

ମଧ୍ୟପ୍ରଦେଶର ଜଣେ ଦ୍ୱାଦଶ ଶ୍ରେଣୀଛାତ୍ରୀ ନିଜକୁ ଦୁଷ୍କର୍ମକାରୀଙ୍କ କବଳରୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ପିଶାଚ ଜଣଙ୍କ କିଶୋରୀର ଉଭୟ ଆଖରେ ଏସିଡ ଢାଳି ଦେଇଥିଲା । ଏହାପରେ ବାଳିକା ଜଣଙ୍କ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ବରହୋ ଗାଁରେ । ଏହି ଗାଁର ଜଣେ ୨୦ ବର୍ଷର ବାଳିକା ତା ଭାଇ ସହିତ ଫେରୁଥିବା ବେଳେ ଦୁଇଜଣ ଦୁବୃର୍ତ୍ତ ରାସ୍ତାରୁ ଅପହରଣ କରିନେଇଥିଲେ । ଏହାପରେ ଦୁବୃର୍ତ୍ତ ଦୁଇଜଣ ବାଳିକା ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ବାଳିକା ଜଣଙ୍କ ସେମାନଙ୍କ କବଳରୁ ରକ୍ଷା ପାଇବାକୁ ଚେଷ୍ଟା କରିବାରୁ ପିଶାଚ ୨ ଜଣ ବାଳିକାର ଉଭୟ ଆଖିରେ ଏସିଡ ଢାଳି ଦେଇଥିଲେ ଓ ଏହାସହ ନିର୍ମମ ଭାବେ ବାଳିକା ଜଣଙ୍କୁ ପିଟିଥିଲେ ।

ହେଲେ କୌଣସି ପରିସ୍ଥିତିରେ ବାଳିକା ଜଣଙ୍କ ସେଠାରୁ ପଳାଇ ଆସିଥିଲେ । ଏବେ ବାଳିକା ଜଣଙ୍କ ଚିତ୍ରକୂଟ ଆଖି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଜିଲ୍ଲା ଏସପି ଧର୍ମରାଜ ମୀନା କହିଛନ୍ତି ଯେ ଘଟଣା ଦିନ ରାତିରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ।

ପୋଲିସ କହିବା ମୁତାବକ ଗିରଫ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଯୁବକଙ୍କ ସଂପର୍କୀୟ କାହା ସହିତ ପଳାଇ ଯାଇଥିଲା । ଅଭିଯୁକ୍ତମାନେ ଅନୁମାନ କରୁଥିଲେ କି ଏ ବାବଦରେ ପୀଡିତା ବାଳିକା ଜଣଙ୍କ ସବୁ ଜାଣିଛି । ତେଣୁ ଏହି ବାଳିକା ଓ ତାର ଭାଇକୁ ସେମାନେ ପ୍ରଥମେ ଅପହରଣ କରିଥିଲେ । ବାଳିକା ଜଣଙ୍କ ଠାରୁ କିଛି ସୂଚନା ନପାଇବା ପରେ ଦୁଇଜଣ ଯାକ ବାଳିକା ଜଣଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ହେଲେ ବାଳିକା ଜଣଙ୍କ ତାଙ୍କ ବାଧା ଦେବାରୁ ସେମାନେ ଏଭଳି ଅମାନବୀୟ କାଣ୍ଡ କରିଥିଲେ ।