ଭୋପାଳ କମଳାନେହୁର ହସ୍ପିଟାଲର ପେଡିଆଟ୍ରିକ୍ ୱାର୍ଡରେ ଅଗ୍ନିକାଣ୍ଡ : ୪ ଶିଶୁଙ୍କ ମୃତ୍ୟୁ, ୩୬ ନବଜାତ ସୁରକ୍ଷିତ ଉଦ୍ଧାର

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ସରକାର

152

କନକ ବ୍ୟୁରୋ : ମଧ୍ୟପ୍ରଦେଶର ଭୋପାଳର କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ । ପେଡିଆଟ୍ରିକ୍ ୱାର୍ଡରେ ନିଆଁ ଲାଗି ଯିବାରୁ ୪ ଜଣ ଶିଶୁଙ୍କର ଜୀବନ ଯାଇଛି । ୩୬ ନବଜାତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଜଣାପଡ଼ିବା ପରେ ହସ୍ପିଟାଲ କର୍ତୃପକ୍ଷ ୱାର୍ଡରେ ପହଂଚିଥିଲେ । ତୁରନ୍ତ ଶିଶୁଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଏହାରି ଭିତରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ଏସଏନସିୟୁରେ ମୋଟ୍ ୪୦ ଜଣ ଶିଶୁ ଭର୍ତି ହୋଇଥିଲେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ମୃତକଙ୍କ ପରିବାର ଲୋକେ ଅଘଟଣ ପାଇଁ ହସ୍ପିଟାଲକୁ ଦାୟୀ କରିଛନ୍ତି । ନିଆଁ ଲିଭାଇବା ପାଇଁ ହସ୍ପିଟାଲରେ କୌଣସି ବ୍ୟବସ୍ଥା ନଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।