କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପିକୁ ବହୁମତ ମିଳିଛି । ହେଲେ ବିଜେପିର କିଛି ବରିଷ୍ଠ ନେତାଙ୍କ ପରାଜୟ ହୋଇଛି । ୧୫ ବର୍ଷ ଧରି ବିଧାୟକ ଭାବେ ବିଜୟୀ ହେଉଥିବା ମଧ୍ୟପ୍ରଦେଶର ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ନିଜ ଗଡ ବଞ୍ଚାଇବାରେ ଅକ୍ଷମ ହୋଇଛନ୍ତି । ସେ ସୁବା ଆସନରୁ ୨୦୦୮ ରୁ ଲଗାତର ଭାବେ ବିଜୟୀ ହେଉଥିଲେ ବି ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଭାରତୀ ପରାଜିତ କରିଛନ୍ତି । ଏହାକୁ ନେଇ ନରୋତ୍ତମ ମିଶ୍ରା ସୋମବାର ଦିନ କହିଥିଲେ କି ମୁଁ କଥା ଦେଉଛି ଖୁବଶୀଘ୍ର ପୁଣି ବିଧାୟକ ପଦ ପାଇବି ।

Advertisment

ରେଳଷ୍ଟେସନରେ ଦଳର କର୍ମକର୍ତ୍ତାଙ୍କ ସହ ଥଟାମଜା କରିବା ବେଳେ ସେ କହିଛନ୍ତି କି ବିଜୟକୁ ନେଇ ଏତେ ଗର୍ବ କରନାହିଁ, କାରଣ ତୁମ ବିଜୟ ଠାରୁ ମୋ ପରାଜୟକୁ ନେଇ ଅଧିକ ଚର୍ଚ୍ଚା ହେଉଛି   । ସୋମବାର ଦିନ ନରୋତ୍ତମ ମିଶ୍ରା ଦତିଆ ଠାରେ ପହଂଚିଥିଲେ । ସେଠାରେ ସେ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ କହିଥିଲେ କି, ବିଜୟ ପରାଜୟକୁ ନେଇ ମୁଁ ଚିନ୍ତିତ ନୁହେଁ ।

ମଧ୍ୟପ୍ରଦେଶରେ ବିଜେପିର ପ୍ରଚଣ୍ଡ ଲହର ଥିଲେ ମଧ୍ୟ ଶିବରାଜ ସିଂ କ୍ୟାବିନେଟର ଅନେକ ମନ୍ତ୍ରୀ ପରାଜିତ ହୋଇଛନ୍ତି । ସାଂସଦ ପଦ ଛାଡି ବିଧାୟକ ପ୍ରାର୍ଥୀଭାବେ ଲଢିଥିବା କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ମଧ୍ୟ ପରାଜିତ ହୋଇଛନ୍ତି ।