ପେଟ ଭିତରୁ ବାହାରିଲା ୩୩ ଟି ସାମଗ୍ରୀ ! ଅସ୍ତ୍ରୋପଚାର ପରେ ଯୁବକଙ୍କ ପେଟରୁ ବାହାରିଲା ଛୁରୀ , ପେଚକସ୍ , ରେଜର୍ ବକ୍ସ ଆଉ ...

ପେଟ ଭିତରୁ ବାହାରିଲା ୩୩ ଟି ସାମଗ୍ରୀ ! ଅସ୍ତ୍ରୋପଚାର ପରେ ଯୁବକଙ୍କ ପେଟରୁ ବାହାରିଲା ଛୁରୀ , ପେଚକସ୍ , ରେଜର୍ ବକ୍ସ ଆଉ ...

ମଧ୍ୟପ୍ରଦେଶର ଛତ୍ରପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଡାକ୍ତର ବି ଅଚମ୍ବିତ ହୋଇପଡ଼ିଛନ୍ତି। ୩୦ବର୍ଷୀୟ ଯୋଗେଶ ଠାକୁରଙ୍କ ପେଟରେ ଯନ୍ତ୍ରଣା ଅନୁଭୂତ ହେଉଥିବା କାରଣରୁ ଡାକ୍ତରଙ୍କ ପାଖକୁ ଜୁଲାଇ ୧୪ରେ ଆସିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

publive-image

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯୋଗେଶଙ୍କ ପେଟର ଅସ୍ତ୍ରୋପଚାର ପରେ ଡାକ୍ତର ପେଟ ଭିତରୁ ୩୩ଟି ସାମଗ୍ରୀ ବାହାର କରିଥିଲେ, ଯାହାକୁ ଦେଖି ଯୋଗେଶଙ୍କ ଅସ୍ତ୍ରୋପଚାର କରୁଥିବା ଡାକ୍ତର ସ୍ତବ୍ଧ ହୋଇ ରହି ଯାଇଥିଲେ। ଅସ୍ତ୍ରୋପଚାର ପରେ ଯୋଗେଶଙ୍କ ପେଟ ଭିତରୁ ଛୁରୀ, ପେଚକସ୍, ରେଜର ବ୍ଲେଡ ଓ ପ୍ଲାଷ୍ଟିକ ଭଳି ୩୩ଟି ଅଦ୍ଭୁତ ସାମଗ୍ରୀ ବାହାରି ଥିଲା। ଯୋଗେଶଙ୍କ ପେଟ ଭିତରୁ ଡାକ୍ତରଙ୍କୁ ଏସବୁ ସାମଗ୍ରୀ ବାହାର କରିବା ପାଇଁ ଦୁଇଦିନ ଲାଗିଥିଲା। ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ଖୁବ ଶୀଘ୍ର ଯୋଗେଶକୁ ଡାକ୍ତରଖାନାରୁ ଛୁଟି ମିଳିଯିବ। ହସ୍ପିଟାଲରୁ ଗଲା ପରେ ଯୋଗେଶଙ୍କ ଖାଦ୍ୟ ପାନୀୟ ପ୍ରତି ଦୃଷ୍ଟି ଦେବାକୁ ତାଙ୍କ ମା’କୁ ଡାକ୍ତର ପରାମର୍ଶ ଦିଆଯାଇଛି।

publive-image

ଯୋଗେଶ ଏଏମଏସ୍ ରୋଗରେ ପୀଡିତ ଥିବା ହେତୁ ହାତରେ ଯାହା ଆସେ ତାହା ଖାଇ ଦେଇଥିବା କଥା ଡାକ୍ତର କହିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ , ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe