ବନ୍ଦେ ମାତରମକୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ୍ : “କହିବିନି ବନ୍ଦେ ମାତରମ୍, ଶରୀୟତ୍ ଦେଉ ନାହିଁ ଅନୁମତି”

ବନ୍ଦେ ମାତରମକୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ୍ : “କହିବିନି ବନ୍ଦେ ମାତରମ୍, ଶରୀୟତ୍ ଦେଉ ନାହିଁ ଅନୁମତି”

source : AajTak

ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ବିଧାୟକ ବନ୍ଦେ ମାତରମ୍ କହିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଏଥିପାଇଁ ଶରୀୟତ୍ ଅନୁମତି ଦେଉନାହିଁ। ମଧ୍ୟପ୍ରଦେଶର ଏହି ମୁସଲମାନ୍ ବିଧାୟକଙ୍କ ନାଆଁ ହେଲା ଆରିଫ୍ ମାସୁଦ୍। ଆଜି ମାର୍ଚ୍ଚ ୧ ରେ ମଧ୍ୟପ୍ରଦେଶର ସଚିବାଳୟରେ ବନ୍ଦେ ମାତରମ୍ ବୋଲାଯିବ। ଏହାର ଠିକ୍ ଦୁଇ ଦିନ ପୂର୍ବରୁ ମାସୁଦ୍ ଏଭଳି ବିବାଦୀୟ ବୟାନ୍ ଦେଇଥିଲେ। ସେ ସିହୋର ଜିଲ୍ଲାରେ ଏକ ସଭାରେ ଉଦବୋଧନ ଦେବାବେଳେ ଏକଥା କହିଛନ୍ତି।
ମଧ୍ୟପ୍ରଦେଶର ଭୋପାଳ ମଧ୍ୟ ସିଟରୁ ବିଜୟୀ ହୋଇଥିବା ବିଧାୟକ ଆରିଫ୍ ମାସୁଦ୍ ଏହି ସଭାରେ ଭାଷଣ ଦେବା ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜଣେ ପୂର୍ବତନ ବିଧାୟକ ଭାଷଣ ଦେଇଥିଲେ। ସେ ଭାଷଣର ଆରମ୍ଭ ବେଳେ ମାତରମରୁ କରିଥିଲେ ଓ ଶେଷରେ ବନ୍ଦେ ମାତରମ୍ ବି ଗାଇଥିଲେ। ଯେତେବେଳେ ଆରିଫ ମାସୁଦଙ୍କ କହିବା ସମୟ ଆସିଲା ସେ କହିଲେ କି ତାହା ସେ କରିପାରିବେ ନାହିଁ, କାରଣ ଶରୀୟତ୍ ଏହାର ଅନୁମତି ଦେଉ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe