ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଓଏସଡିଙ୍କ ଘରେ ରେଡ୍: ରାତିଅଧିଆ ଚଢାଉ କଲା ଆୟକର ବିଭାଗ

Advertisment
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଓଏସଡିଙ୍କ ଘରେ ରେଡ୍: ରାତିଅଧିଆ ଚଢାଉ କଲା ଆୟକର ବିଭାଗ

Congress leader Kamal Nath during the Budget Session at the parliament on Saturday Express photo by Prem nath Pandey 28 feb 15

କନକ ବ୍ୟୁରୋ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହଯୋଗୀଙ୍କ ଘରେ ଆୟକର ବିଭାଗର ଚଢାଉ । ଲୋକସଭା ନିର୍ବାଚନ ଆଗରୁ ଆୟକର ବିଭାଗର ଏହି ଚଢାଉ ଏବେ ଚର୍ଚାର ବିଷୟ ହୋଇଛି । ମଧ୍ୟପ୍ରଦେଶରେ କମଲନାଥଙ୍କ ଓଏସଡିଙ୍କ ସମେତ ୨ ଜଣ ଘନିଷ୍ଠ ସହଯୋଗୀଙ୍କ ଘର ସହିତ ଦେଶର ପ୍ରାୟ ୫୦ଟି ସ୍ଥାନରେ ରେଡ୍ ମାରଛି ଆୟକର ବିଭାଗ । ୨ ଜଣ ସହଯୋଗୀ ହେଉଛନ୍ତି ପ୍ରବୀଣ କକ୍କର ଓ ଆରକେ ମିଗଲାନି ।

publive-image

ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ଆଗରୁ ଏହି ରେଡରେ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଣ୍ଠି ପରିଚାଳନାକୁ ପ୍ରତିହତ କରିବାକୁ ଏପରି କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ସିଆରପିଏଫ୍ ଜବାନଙ୍କ ସହାୟତାରେ ରାତି ପ୍ରାୟ ୩ଟା ବେଳେ ଆୟକର ବିଭାଗ ଏହି ରେଡ୍ ମାରିଥିଲା ।

କମଲନାଥଙ୍କ ଓଏସଡିଙ୍କ ଘର ସମେତ ଅନ୍ୟ ଠିକଣାରେ ରେଡ୍ ମାରିଛି ଆଇଟି ବିଭାଗ । କମଲନାଥଙ୍କ ଓଏସଡି ପ୍ରବୀଣ କକ୍କରଙ୍କ ଭୋପାଲ ଓ ଇନ୍ଦୋର ବାସଭବନରେ ରେଡ୍ ହୋଇଛି । ସମାନ ଢଙ୍ଗରେ ମିଗଲାନିଙ୍କ ଭୋପାଲ ଓ ଦିଲ୍ଲୀ ବାସଭବନରେ ବି ରେଡ୍ ପଡିଛି । ଗତ ବର୍ଷକ ତଳେ କକ୍କର ପୋଲିସ ସେବାରୁ ଅବସର ନେଇଥିଲେ । ତେବେ କମଲନାଥ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଓଏସଡି ପଦରେ ନିଯୁକ୍ତ କରିଥିଲେ କମଲନାଥ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe