ମଧ୍ୟପ୍ରଦେଶ, ଛତିଶଗଡ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟଭିକ୍ଷା କଲେ ବିଜେପି, କଂଗ୍ରେସର ହେଭିୱେଟ ନେତା: ୧୭ରେ ପଡିବ ମଧ୍ୟପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ପାଇଁ ୨ୟ ପର୍ଯ୍ୟାୟ ଭୋଟ

Advertisment
ମଧ୍ୟପ୍ରଦେଶ, ଛତିଶଗଡ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟଭିକ୍ଷା କଲେ ବିଜେପି, କଂଗ୍ରେସର ହେଭିୱେଟ ନେତା: ୧୭ରେ ପଡିବ ମଧ୍ୟପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ପାଇଁ ୨ୟ ପର୍ଯ୍ୟାୟ ଭୋଟ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ଜୋରଦାର ହେଇଛି ନିର୍ବାଚନୀ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେବିୱେଟ୍ ଚେହେରା । ଶେଷଦିନରେ ଉଭୟ ଦଳ ନିଜ ସବୁ ଶକ୍ତି ଲଗାଇ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅଶୋକ ଗେହଲଟ ପ୍ରଚାର କରିଥିବା ବେଳେ ବିଜେପିରୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହନ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଛତିଶଗଡର ବେମେଟରାରେ ଆୟୋଜିତ ଏକ ସାଧାରଣ ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ଯଦି ତାଙ୍କ ସରକାର ଫେରନ୍ତି, ତେବେ କେଜିରୁ ପିଜି ଯାଏଁ ସବୁ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଯୋଗାଇ ଦିଆଯିବ । ଏଥିସହ ପ୍ରତିବର୍ଷ ରାଜ୍ୟ ମହିଳାଙ୍କୁ ରାଜ୍ୟସରକାର ପକ୍ଷରୁ ୧୫ ହଜାର ଟଙ୍କା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe