ମଧ୍ୟପ୍ରଦେଶ , ଛତିଶଗଡରେ ବିଜେପିର ପଲ୍ଲା ଭାରି ! ପଛରେ ପଡିଲେ କଂଗ୍ରେସର ବଡ ବଡ ନେତା । 

ମଧ୍ୟପ୍ରଦେଶ , ଛତିଶଗଡରେ ବିଜେପିର ପଲ୍ଲା ଭାରି ! ପଛରେ ପଡିଲେ କଂଗ୍ରେସର ବଡ ବଡ ନେତା । 

ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଭୋଟ୍ ଗଣନା ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ୨୯ ଏବଂ ଛତିଶଗଡରେ ୧୧ ଲୋକସଭା ସିଟ୍ ରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଛି । ଏବେ ପର୍ଯ୍ୟନ୍ତ ଆସିଥିବା ବିଜେପି ଅପଡେଟରେ ମଧ୍ୟପ୍ରଦେଶରେ ୨୭ ସିଟ୍ ମିଳୁଥିବା ଦେଖିବାକୁ ମିଳୁଛି । ଏଥିରେ କଂଗ୍ରେସର ୩ ବଡ ନେତା ପଛରେ ରହିଛନ୍ତି ।

publive-image

ଏଥିମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିୟା, ଭୋପାଲରେ ଦିଗବିଜୟ ସିଂହ ଏବଂ ଜବଲପୁରରେ ବିବେକ୍ ତନଖା ପଛରେ ଚାଲୁଛନ୍ତି । ଅନ୍ୟପକ୍ଷରେ ଛତିଶଗଡରେ ମଧ୍ୟ କଂଗ୍ରେସ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ବିଜେପି ୮ ସିଟରେ ଆଗୁଆ ଥିବା ବେଳେ ଅନ୍ୟପକ୍ଷରେ କଂଗ୍ରେସ ୩ ସିଟ୍ ରୁ ଆଗରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe